ଅଗଷ୍ଟ ୩୧ ପରେ ଆଫଗାନିସ୍ତାନର ସ୍ଥିତି କ’ଣ ହେବ?

ୱାଶିଂଟନ, ଅଗଷ୍ଟ ୩୦ : ଆମେରିକା ଅଗଷ୍ଟ ୩୧ ଯାଏଁ ଆଫଗାନିସ୍ତାନରୁ ନିଜର ସୈନ୍ୟ ଫେରାଇ ନେବା ପରେ ଲୋକଙ୍କୁ ଉଦ୍ଧାର କରିବା ନେଇ ବଡ଼ ଘୋଷଣା କରିଛି । ଆମେରିକୀୟ ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୯୭ଟି ଅନ୍ୟ ଦେଶ ସହିତ ମିଶି ତାଲିବାନ ସହିତ ଚୁକ୍ତି କରିଛି । ଏହି ଆଧାରରେ ତାଲିବାନ ଆଗାମୀ ଅଗଷ୍ଟ ୩୧ ପରେ ମଧ୍ୟ ଆଫଗାନ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନୁମତି ଦେବ । କିନ୍ତୁ ପୂର୍ବରୁ ଆଶା କରାଯାଉଥିଲା ଯେ, ଅଗଷ୍ଟ ୩୧ ପରେ ତାଲିବାନ କୌଣସି ଦେଶକୁ ଏଠାରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନୁମତି ଦେବ ନାହିଁ । ୯୮ଦେଶର ଯୁଗ୍ମ ବୟାନରେ କୁହାଯାଇଛି ଯେ, ଆମେ ସମସ୍ତେ ଏହା ସୁନିଶ୍ଚିତ କରିବା ଲାଗି ପ୍ରତିବଦ୍ଧ ଯେ, ଆମର ନାଗରିକ ଓ ନିବାସୀ, କର୍ମଚାରୀ, ଯେଉଁ ଆଫଗାନମାନେ ଆମ ସହିତ କାମ କରିଛନ୍ତି ଏବଂ ଯେଉଁମାନେ ସେଠାରେ ରହିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନଙ୍କୁ ଉଦ୍ଧାର କରାଯିବ । ତାଲିବାନ ଠାରୁ ଆଶ୍ୱସ୍ତି ମିଳିଛି ଯେ, ଆମରର ଦେଶରୁ ଯାତ୍ରା ପ୍ରାଧିକରଣ ସମସ୍ତ ବିଦେଶୀ ନାଗରିକଙ୍କୁ ଏବଂ କୌଣସି ବି ଆଫଗାନ ନାଗରିକଙ୍କୁ ସୁରକ୍ଷିତ ଏବଂ ବ୍ୟବସ୍ଥିତ ଭାବେ ପ୍ରସ୍ଥାନ ଆଧାରରେ ଯିବାକୁ ଅନୁମତି ଦିଆଯିବ । ବୟାନରେ ଆଗକୁ କୁହାଯାଇଛି ଯେ, ଆମେ ନାମିତ ଅଫଗାନଙ୍କୁ ଯାତ୍ରା ପ୍ରମାଣପତ୍ର ଜାରି କରିବା ଜାରି ରଖିବୁ ଏବଂ ଆମେ ତାଲିବାନ ଠାରୁ ସ୍ପଷ୍ଟ ଅପେକ୍ଷା ଏବଂ ପ୍ରତିବଦ୍ଧତା ଯେ, ସେମାନେ ଆମର ସମ୍ବନ୍ଧିତ ଦେଶକୁ ଯାତ୍ରା କରିପାରିବେ । 

Leave A Reply

Your email address will not be published.