ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ନୂଆଦିଲ୍ଲୀ, ଅଗଷ୍ଟ ୩୦ : ଆଜି ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଉତ୍ତର ପ୍ରଦେଶର ମଥୁରା ଓ ବୃନ୍ଦାବନ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଷ୍ଣୁମନ୍ଦିର ଓ ଇସ୍କନ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସାହର ସହିତ ପାଳନ ହେଉଛି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ-୧୯ ଜନ୍ମାଷ୍ଟମୀ ଉପରେ ପ୍ରଭାବ ପକାଇଛି । କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଏବେ ବି ଦେଶରେ ଜାରି ରହିଥିବାରୁ ମନ୍ଦିର ଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ଶ୍ରଦ୍ଧାଳୁମାନଙ୍କର ପ୍ରବେଶ ଅନୁମତି ଦିଆଯାଉଛି । କୋଭିଡ କଟକଣା ସହିତ ଆଜି ନୋଏଡାସ୍ଥିତ ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରିଛନ୍ତି । ଶ୍ରଦ୍ଧାଳୁମାନେ ‘ହରେ କୃଷ୍ଣ’ ଗାନରେ ଆଧ୍ୟାତ୍ମିକ ପରିବେଶ କରିଛନ୍ତି । ସକାଳ ପ୍ରାର୍ଥନାରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇଛନ୍ତି । ଗୁଜରାଟର ସୁରଟସ୍ଥିତ ଇସ୍କନ ମନ୍ଦିରରେ ୨ ବର୍ଷ ପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ହେଉଛି । ତେବେ କରୋନା ଭାଇରସ ଯୋଗୁଁ ସାମାଜିକ ଦୂରତା ରକ୍ଷା କରି ଏହି ପର୍ବ ପାଳନ ହେଉଥିବା ଇସ୍କନ ମନ୍ଦିରର ଜଣେ ସ୍ୱେଚ୍ଛାସେବୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.