ପାରାଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ଦୁଇଟି ପଦକ ଜିତିଲା ଭାରତ

ଟୋକିଓ, ଅଗଷ୍ଟ 30 : ପାରାଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ଦୁଇଟି ପଦକ ଜିତିଛି ଭାରତ । ଜାଭେନିଲ୍ ଥ୍ରୋ କ୍ଲାସ ଏଫ୍‌୪୬ ବର୍ଗରେ ଭାରତ ଦୁଇଟି ପଦକ ନିଜ ନାଁରେ କରିଛି । ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜର ବ୍ରୋଞ୍ଜ ମେଡାଲ୍ ହାସଲ କରିଛନ୍ତି । ଏହାକୁ ମିଶାଇ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ୪୦ ବର୍ଷୀୟ ଦେବେନ୍ଦ୍ର ଝାଝାରିଆ ଅଲିମ୍ପିକ୍ସରେ ତୃତୀୟ ପଦକ ଜିତିଛନ୍ତି । ଟୋକିଓରେ ସେ ୬୪.୩୫ ମିଟର ଥ୍ରୋ କରିଥିଲେ । ସୁନ୍ଦର ସିଂ ୬୪.୦୧ ମିଟର ଫିଙ୍ଗିଥିଲେ । ୬୭.୭୯ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଶ୍ରୀଲଙ୍କାର ମୁଡିଆନସେଲେଜ୍ ହେରାଥ । ଦେବେନ୍ଦ୍ର ଝାଝାରିଆ ପୂର୍ବରୁ ରିଓ ଓ ଏଥେନ୍ସ ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ପାରାଲିମ୍ପିକ୍ସରେ ମୋଟ୍ ୫ଟି ପଦକ ହାତେଇଛନ୍ତି ଦେବେନ୍ଦ୍ର ।

Leave A Reply

Your email address will not be published.