ଆଜି ଆସିପାରେ ସେଫ୍ଟେମ୍ବର ମାସର ଗାଇଡଲାଇନ୍

ଭୁବନେଶ୍ୱର, ଅଗଷ୍ଟ ୩୦ : ରାଜ୍ୟରେ ଆଜି ଆସିପାରେ ସେଫ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ । ଅଗଷ୍ଟ ମାସ ଗାଇଡଲାଇନ ସମୟ ଶେଷ ହେବାକୁ ଯାଉଛି । ଏହାସହିତ ଆଗକୁ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିସାରିଛି ।  କେରଳରେ ଓନମ ପରେ ସଂକ୍ରମଣ ପୁଣି ବୃଦ୍ଧି ହେଉଥିବାରୁ ସତର୍କ ସୂଚନା ଦିଆଯାଇଛି । ରାଜ୍ୟରେ ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସରକାର କଣ ଗାଇଡଲାଇନ ଘୋଷଣା କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କର ନଜର । ସେହିପରି ପାର୍ବଣ ସମୟରେ ବିଭିନ୍ନ ସ୍ଥାନରେ ଜନଗହଳି ନହୁଏ ସେତିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।  ସେହିପରି ରାଜ୍ୟରେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ତେବେ ସେପ୍ଟେମ୍ବର ମାସରେ ସଟଡାଉମ ହଟିବ କି ନାହିଁ ତାହା ଉପରେ ରହଛି ରାଜ୍ୟବାସୀଙ୍କ ନଜର । 

Leave A Reply

Your email address will not be published.