ରାଜ୍ୟରେ ପୁଣି ୬୭ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ଅଗଷ୍ଟ ୩୦ : ରାଜ୍ୟରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଛି । ମାତ୍ର ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ୬୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ତେବେ ଆଜି ଅନୁଗୁଳରୁ ୯, ବାଲେଶ୍ୱରରୁ ୨, ଭଦ୍ରକରୁ ୨, କଟକରୁ ୨୦, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୯, ଯାଜପୁରରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କଳାହାଣ୍ଡିରୁ ୧, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୬, ମୟୂରଭଞ୍ଜରୁ ୩, ପୁରୀରୁ ୨ ଓ ସୁବର୍ଣ୍ଣପୁରରୁ ୧ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୦୭୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୫୨୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୧୬୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  , ଅଗଷ୍ଟ ୩୦ : ରାଜ୍ୟରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଛି । ମାତ୍ର ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ୬୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ତେବେ ଆଜି ଅନୁଗୁଳରୁ ୯, ବାଲେଶ୍ୱରରୁ ୨, ଭଦ୍ରକରୁ ୨, କଟକରୁ ୨୦, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୯, ଯାଜପୁରରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କଳାହାଣ୍ଡିରୁ ୧, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୬, ମୟୂରଭଞ୍ଜରୁ ୩, ପୁରୀରୁ ୨ ଓ ସୁବର୍ଣ୍ଣପୁରରୁ ୧ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୦୭୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୫୨୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୧୬୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Leave A Reply

Your email address will not be published.