ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ୱର, ଅଗଷ୍ଟ ୩୦ :ରାଜ୍ୟରେ ଅଗଷ୍ଟ ମାସ ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୭୧୧୨ରରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୫୫ ଜଣ ଲୋକାଲ କେସ ରହିଛି ।  ସେହିପରି ୧୮ ବର୍ଷରୁ କମ୍ ବୟସର ୯୭ ଜଣ ରହିଛନ୍ତି । ଅନୁଗୁଳରୁ ୧୮, ବାଲେଶ୍ୱରରୁ ୨୧, ବରଗଡରୁ ୪, ଭଦ୍ରକରୁ ୯, ବୌଦ୍ଧରୁ ୯, କଟକରୁ ୭୧, ଦେଓଗଡରୁ ୧୦, ଢେଙ୍କାନାଳରୁ ୨୩, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୦, ଯାଜପୁରରୁ ୩୬, ଝାରସୁଗୁଡାରୁ ୩, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୧୯, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୨୦୯, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୬, ନୟାଗଡରୁ ୧୧, ପୁରୀରୁ ୨୦, ରାୟଗଡାରୁ ୫, ସମ୍ବଲପୁରରୁ ୧୬, ସୋନପୁରରୁ ୨, ସୁନ୍ଦରଗଡରୁ ୮, ଷ୍ଟେଟ ପୁଲରୁ ୪୮ ଜଣ ରହିଛନ୍ତି । ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୭୧୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୫୨୮ଟି ଆକ୍ଟିଭ କେସ ରହିଥିବା ବେଳେ ୯୯୧୬୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Leave A Reply

Your email address will not be published.