୭ରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର, ଅଗଷ୍ଟ ୩୦ : ଆସନ୍ତା ୭ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମାତ୍ର ଏହା ଏତେଟା ସକ୍ରିୟ ରହିବ ନାହିଁ । ବିଶେଷ ବର୍ଷା ହେବ ନାହିଁ ବୋଲି ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି । ସେହିପରି ସୋମବାର ଓ ମଙ୍ଗଳବାର ରାଜ୍ୟରେ କାଁ ଭାଁ ବର୍ଷା ହୋବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଆକଳନ କରିଛନ୍ତି ।  ସେହିପରି ଗତ ୨୪ ଘଣ୍ଟାରେ ଛତ୍ରପୁରରେ ୯୧ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୭୨ , ମୁଣ୍ଡଳିରେ ୬୬, ଜଳାପୁଟରେ ୬୪, କୋରାପୁଟର୍ ୬୧, ଆଠଗଡରେ ୫୨, ଦେଓଗଡରେ ୪୮, ଜୟପାଟଣାରେ ୪୨, ବାରିପଦାରେ ୩୬, ଭୁବନେଶ୍ୱର, ବାଲେଶ୍ୱର ଓ ବାଲିମୁଣ୍ଡାରେ ୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଜଳସମ୍ପଦ ବିଭାଗ କହିଛି ।  ସେପଟେ ରାଜ୍ୟର ମାତ୍ର ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ବାକି ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି, କୋରାପୁଟ, ନୂଆପଡା, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଗତ ଜୁନ ୧ ତାରିଖରୁ ଅଗଷ୍ଟ ୨୯ ସୁଦ୍ଧା ରାଜ୍ୟରେ ମୋଟ ୬୪୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୨୯ ପ୍ରତିଶତ କମ ଅଟେ । 

Leave A Reply

Your email address will not be published.