ପୁଣି ଚିହ୍ନଟ ହେଲା କରୋନାର ନୂଆ ଭ୍ୟାରିଆଣ୍ଟ C.1.2

ନୂଆଦିଲ୍ଲୀ, ଅଗଷ୍ଟ ୩୧ : ଦ୍ୱିତୀୟ ଲହର ଠାରୁ ଭୟଙ୍କର ହେବ କି କରୋନା ମହାମାରୀର ତୃତୀୟ ଲହର! ପୁଣି ଚିହ୍ନଟ ହେଲାଣି କରୋନାର ଆଉ ଏକ ନୂଆ ଭ୍ୟାରିଆଣ୍ଟ । ଏ ଭ୍ୟାରିଆଣ୍ଟ ଏତେ ଶକ୍ତିଶାଳୀ ଯେ କରୋନା ଟିକାକୁ ମାତ୍ ଦେଇ କରୁଛି ସଂକ୍ରମଣ । ଦକ୍ଷିଣ ଆଫ୍ରିକାର ଦୁଇଟି ରିସର୍ଚ୍ଚ ସେଣ୍ଟର National Institute for Communicable Diseases ‘ଏନଆଇସିଡି ଓ  KwaZulu-Natal Research Innovation and Sequencing Platform ‘କ୍ରିସ୍ପ’ ର ରିପୋର୍ଟ ଅନୂଯାଇ କରୋନା ମହାମାରୀର ଆଉ ଏକ ମ୍ୟୁଟାଣ୍ଟ ବା ‘ସି.୧.୨’ ନାମକ ନୂଆ ଭ୍ୟାରିଆଣ୍ଟ ପ୍ରଥମ ଥର ପାଇଁ ଗତ ମେ ମାସରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ପ୍ରାଥମିକ ସ୍ତରରେ ବୈଜ୍ଞାନିକ ମାନେ କରୋନା ଭୂତାଣୁର ଏହି ନୂଆ ରୂପକୁ ଚିହ୍ନି ପାରିନଥିବା ବେଳେ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ । ଗବେଷଣାରୁ ଏହା କରୋନାର ଆଉ ଏକ ସିକ୍ୱେନ୍ସ ବୋଲି ସ୍ପଷ୍ଟ ହୋଇଥିଲା । ଧିରେ ଧିରେ ଏହି ନୂଆ ଭ୍ୟାରିଆଣ୍ଟ ଦକ୍ଷିଣ ଆଫ୍ରିକାର ସବୁ ପ୍ରାନ୍ତରେ ବ୍ୟାପିବା ପରେ ମାତ୍ର ଅଢେଇ ମାସ ମଧ୍ୟରେ ଏହା ବାକି ଦେଶରେ ନିଜର କାୟା ମେଲାଇବା ଆରମ୍ଭ କରିଛି ।ବର୍ତ୍ତମାନ ସି.୧.୨ ଭ୍ୟାରିଆଣ୍ଟ ଚାଇନା, ନ୍ୟୁଜିଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ଇଂଲଣ୍ଡ ଭଳି ବଡ଼ ବଡ଼ ଦେଶରେ ଚିହ୍ନଟ ହୋଇ ସାରିଲାଣି । ଯାହା ଅନ୍ୟଦେଶ ପାଇଁ ମଧ୍ୟ ସଂକ୍ରମଣର ଭୟ ବଢାଇଛି । ଏହି ନୂଆ ଭ୍ୟାରିଆଣ୍ଟ ବିଷୟରେ ସବୁଠାରୁ ଚିନ୍ତାଜନକ ତଥ୍ୟ ହେଉଛି ଯେ ଏହା କରୋନା ଟିକାକୁ ମଧ୍ୟ ମାତ୍ ଦେବାରେ ସକ୍ଷମ । ଅର୍ଥାତ୍ ଭ୍ୟାକ୍ସିନ୍ ଚେନ୍ ବ୍ରେକ୍ କରି ସି.୧.୨ ସଂକ୍ରମଣ କରୁଛି । ଏହା ଉପରେ ଭ୍ୟାକ୍ସିନ୍ ର କୌଣସି ପ୍ରଭାବ ପଡୁନାହିଁ । ଅନ୍ୟପଟେ ଡେଲଟା ଭ୍ୟାରିଆଣ୍ଟ ଜରିଆରେ କରୋନା ମହାମାରୀ ପ୍ରଥମ ଲହରଠାରୁ ଭୟଙ୍କର ରୂପ ନେଇଥିଲା ଦ୍ୱିତୀୟ ଲହର । ଏବେବି ଅନେକ ଦେଶରେ ଦ୍ୱିତୀୟ ଲହର ପ୍ରଭାବ ଜାରି ରହିଛି । ଭାରତରେ ଏବେବି ଦ୍ୱିତୀୟ ଲହର ଆୟତକୁ ଆସିନାହିଁ । ଆଉ ଏବେ ସି.୧.୨ ଭ୍ୟାରିଆଣ୍ଟ ତୃତୀୟ ଲହରର କାରଣ ହେବାକୁ ଯାଉଛି । 

Leave A Reply

Your email address will not be published.