ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ସେରୋ ସର୍ଭେ

ଭୁବନେଶ୍ବର, ଅଗଷ୍ଟ ୩୧ : ଆଇସିଏମଆର ଅନୁରୋଧ କ୍ରମେ ଵିଏମସି ପକ୍ଷରୁ ଆଜିଠୁ ଭୁବନେଶ୍ୱର ରେ ଆରମ୍ଭ ହୋଇଛି ସେରୋ ସର୍ଭେ ।ବିଏମ୍‌ସି ପକ୍ଷରୁ ୫ଟି ଓ୍ୱାର୍ଡରେ ମଙ୍ଗଳବାର ଓ ବୁଧବାର ଜାରି ରହିବ ସେରୋ ସର୍ଭେ ।  ବିଏମସି ଅନ୍ତର୍ଗତ ୩ଟି ଜୋନର 8, 15, 32, 41 ଓ 63 ନମ୍ବର ୱାର୍ଡରେ ହେବ ସର୍ଭେ। ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି।  ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ଏନେଇ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

Leave A Reply

Your email address will not be published.