ଲୋକଙ୍କୁ ମଦ ଓ ମାଂସ ଠାରୁ ଦୂରେଇ ରଖିବା ପାଇଁ ଅନ୍ୟ କାର୍ଯ୍ୟରେ ଦିଆଯିବ ଟ୍ରେନିଙ୍ଗ୍‌

ମଥୁରା, ଅଗଷ୍ଟ 31: ଗତକାଲି ଜନ୍ମାଷ୍ଟମୀ ଉପଲକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗୀ କହିଛନ୍ତି ରାଜ୍ୟରେ ଶାନ୍ତି ବଜାଇ ରଖିବା ପାଇଁ ମଦ ଓ ମାଂସ ଖାଇବା ତଥା ବିକ୍ରି କରିବା ଅନୁଚିତ୍ । ସରକାର ଏଥିପ୍ରତି ଏକ ଯୋଜନା ଆରମ୍ଭ କରିବା ଦରକାର ଯେଉଁଥିରେ ଏପରି ଲୋକମାନଙ୍କୁ ମାନସିକ ସ୍ତରରେ ବୁଝାଇବା ସହ ଟ୍ରେନିଙ୍ଗ ମଧ୍ୟ ଦେବା ଉଚିତ୍ ଯାହା ଫଳରେ ସେମାନେ ଏହି ମଦ ,ମଂସ ଲୋଭରୁ ଦୁରେଇ ରହିବେ । ଏହା ସହ ତାଙ୍କୁ ଅନ୍ୟ କୌଣସି ଭଲ କାର୍ଯ୍ୟରେ ନିୟୋଜିତ କରିବା ଉଚିତ ଯାହାଫଳରେ ସେ ତାଙ୍କ ଜୀବନ ଓ ପରିବାରକୁ ବୁଝିପାରିବେ ।  ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଦେଶରେ ଭଗବାନଙ୍କ ସତ୍ତା ବଜାଈ ରଖିଛନ୍ତି ।ଯାହାଫଳରେ ଦେଶ ଯେତେ ଆଗକୁ ଗଲେ ମଧ୍ୟ ଆଜି ବି ସେହି ଆଧ୍ୟାତ୍ମିକ ମାର୍ଗରେ ପ୍ରେରିତ ।

Leave A Reply

Your email address will not be published.