ସୁପ୍ରିମକୋର୍ଟ ରେ କୋଟିଆ ପ୍ରସଙ୍ଗର ଶୁଣାଣି ଛଅ ସପ୍ତାହ ଘୁଂଚିଲା

ନୁଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୩୧ : ସୁପ୍ରିକୋର୍ଟରେ କୋଟିଆ ରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ ମାମଲା ର ଶୁଣାଣି ଛଅ ସପ୍ତାହ ଘୁଞ୍ଚି ଯାଇଛି। ବିଚାରପତି ଏ ଏମ ଖାନୱି ଲକର, ବିଚାରପତି ସଞ୍ଜୀବ ଖାନା ଓ ବିଚାରପତି ଜେ କେ ମାହେଶ୍ୱରୀଙ୍କ ଖଣ୍ଡପୀଠ ରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ତିନି ଜଣିଆ ଖଣ୍ଡପୀଠ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ଏହି ପ୍ରସଙ୍ଗ ରେ ରାଜନୈତିକ ସ୍ତରରେ ଆଲୋଚନା କରି ସମାଧାନ କରିବାପାଇଁ ପରାମର୍ଶ ଦେଇଛନ୍ତି।  ଆଜି ଶୁଣାଣି ରେ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ନେଇ କୌଣସି ତାରିଖ ଧାର୍ଯ୍ୟ କରିନାହାନ୍ତି। କୋଟିଆ ପ୍ରସଙ୍ଗରେ ପୂର୍ବ ଶୁଣାଣିରେ ସ୍ଥିତବସ୍ତା ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉଭୟ ରାଜ୍ୟ ଏ ନେଇ ସୁପ୍ରିକୋର୍ଟ ରେ ସତ୍ୟପାଠ ଦାଖଲ କରିଥିଲେ।  ତେବେ ଏହି ବିବାଦ ଦୁଇ ରାଜ୍ୟ ମଧ୍ୟରେ ବହୁ ପୁରୁଣା ଅଟେ । ଓଡିଶା ସରକାରଙ୍କ ଅନୁଯାୟୀ, ବିବାଦ ଥିବା ଗ୍ରାମଗୁଡିକ କୋରାପୁଟ ଜିଲ୍ଲାର ପୋଟାଙ୍ଗି ତାଲୁକର ଏକ ଅଂଶ। ଏଠାରେ ପ୍ରାୟ ୨୧ ଟି ଗାଁ ଅଛି ଯାହାକି କୋଟିଆ ଗୋଷ୍ଠୀ ଭାବରେ ଜଣାଶୁଣା । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପୁର୍ବରୁ ମାମଲା ବିଚାରାଧୀନ ଅଛି।

Leave A Reply

Your email address will not be published.