ଏବେ ମାତ୍ର ୩ ଘଣ୍ଟା ପାଇଁ ପିଲା ଅନଲାଇନରେ ଖେଳିପାରିବେ ଗେମ୍‌

ଚୀନ, ଅଗଷ୍ଟ ୩୧ : କରୋନା କାଳରେ ପ୍ରାୟତଃ ଲକଡାଉନ ଲାଗିରହିଲା । ଯାହାଫଳରେ ସ୍କୁଲ କଲେଜ ସବୁ ବନ୍ଦ ରହିଲା । ଆଉ ପିଲାମାନେ ମୋବାଇଲେ ଅନଲାଇନ କ୍ଲାସ କଲେ । ଯାହା ଦ୍ୱାରା ପିଲାମାନଙ୍କର ମୋବାଇଲ ପ୍ରତି ଆଗ୍ରହ ବଢିଲା ଏବଂ ସେମାନେ ମୋବାଇଲ ସହିତ ଜଡିତ ରହିଲେ । ତେଣୁ ପିଲାଙ୍କୁ ଏବେ ମୋବାଇଲ ଠାରୁ ଦୂରେଇ ରଖିବା ବହୁତ କଷ୍ଟକର ହୋଇପଡୁଛି ।  ମାତ୍ର ପିଲାଙ୍କ ମୋବାଇଲ ବ୍ୟବହାର ଉପରେ ଏକ ଗାଇଲାଇନ ଜାରି କରିଛି ଚୀନ । ମୋବାଇଲ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ତେଣୁ ଚୀନ ଏଥିପ୍ରତି ଏକ ସମୟ ସୀମା ରଖିଛି । ନୂଆ ଗାଇଡଲାଇନ ଅନୁସାରେ ଚୀନରେ ଏବେ ପିଲା ସପ୍ତାହକୁ କେବଳ ୨ ଦିନ ହିଁ ଅନଲାଇନ ଗମେ୍ ଖେଳିପାରିବେ । ଅନଲାଇନ ଗେମକୁ ନେଇ ଏହି ନୂଆ ନିୟମ କେବଳ ୧୮ ବର୍‌,୍ରୁ କମ ପିଲାଙ୍କ ଉପରେ ଲାଗୁ ହେବ । ପିଲାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।  ରିପୋର୍ଟ ଅନୁସାରେ, ଅନଲାଇନ ଗେମ କମ୍ପାନୀ ପିଲାଙ୍କୁ କେବଳ ଶୁକ୍ରବାର, ଶନିବାର, ରବିବାର ଦିନ ହିଁ ଗୋଟେ ଗୋଟେ ଘଣ୍ଟା ପାଇଁ ଅନଲାଇନ ଗେମ ଖେଳିବାର ସୁବିଧା ଦିଆଯାଇଛି । ନିକଚରେ ଲୋକପ୍ରିୟ ଟେକ କମ୍ପାନୀ ସରକାରଙ୍କ ଏହି ନୂଆ ନିୟମକୁ ଆପଣାଇଛି । ପିଲାମାନେ ଫିଜିକାଲ ଗେମ ଅପେକ୍ଷା ଏବେ ଅନଲାଇନ ଗେମରେ ବେଶୀ ବ୍ୟସ୍‌ତ ରହୁଛନ୍ତି । ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଚୀନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.