ପୁଣି ଫେଲ ମାରିଲା ତାଲିବାନର ପଞ୍ଜଶୀର ଦଖଲ ପ୍ରୟାସ, ୩୫୦ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ,ସେପ୍ଟେମ୍ବର ୦୧ : ତାଲିବାନକୁ ମିଳିଲା କଡା ଜବାବ । ଫେଲ ମାରିଲା ପୁଣି ପଞ୍ଜଶୀର ଦଖଲ ଅଭିଯାନ । ତାଲିବାନ ଗୋଟିଏ ପଟେ ଆଫଗାନିସ୍ତାନରେ ସରକାର ଗଢିବା ସହ ସମସ୍ତ ଦାୟିତ୍ୱ ଶାନ୍ତିରେ ନେବାକୁ ଦୁନିଆ ଆଗରେ କହୁଛି । କିନ୍ତୁ ଅନ୍ୟ ପଟେ ପଞ୍ଜଶୀରରେ ନିଜ ସୈନ୍ୟମାନଙ୍କୁ ଲଗାଇ ଯୋର ଜବରଦସ୍ତି ପଶିବାକୁ ଉଦ୍ୟମ କରୁଛି । ତେବେ ତାଳିବାନର ସବୁ ପ୍ରୟାସ ଫେଲ ମାରିଛି । ନର୍ଦର୍ଣ୍ଣ ଅଲିଆନ୍ସ ଟ୍ୱିଟ୍ କରି କହିଛି ଯେ, ଗତ ରାତିରେ ଆକ୍ରମଣ କରିବାକୁ ତାଲିବାନୀ ଆତଙ୍କୀ ମାନେ ଆସିଥିଲେ । କିନ୍ତୁ ପାଖାପାଖି ୩୫୦ ତାଲିବାନୀଙ୍କୁ ନିପାତ କରିଦିଆଯାଇଛି । ସେମାନଙ୍କ ୪୦ରୁ ଅଧିକ ସଦସ୍ୟଙ୍କୁ ବନ୍ଦୀ କରିଦିଆହୋଇଛି । କେବଳ ଏତିକି ନୁହେଁ ଏନଆରଏଫରେ ସେମାନଙ୍କର କିଛି ଆମେରିକୀୟ ଯୁଦ୍ଧବାହାନ ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ତେବେ ଗତ ମଙ୍ଗଳବାର ମଧ୍ୟ ରାତିରେ ତାଲିବାନ ଆତଙ୍କବାଦୀମାନେ ପଞ୍ଜଶୀରରେ ପଶିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସୂଚନା ଯୋଗ୍ୟ, ତାଲିବାନୀ ସମଗ୍ର ଆଫଗାନିସ୍ଥାନକୁ ନିଜ ଅକ୍ତିଆରକୁ ନେଇଯାଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ପଞ୍ଜଶୀରକୁ ନେଇ ପାରିନାହିଁ । ଏହାକୁ ଦଖଲକୁ ନେବାକୁ ତାର ସମସ୍ତ ଉଦ୍ୟମ ଫେଲ ମାରିଛି ।

Leave A Reply

Your email address will not be published.