ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ଆଜି ଜେରା ହେବେ ବିଦ୍ୟାଭାରତୀ

ଭୁବନେଶ୍ୱର, ସେପ୍ଟେମ୍ବର ୦୧ : ଆଜି ଜେରା ହେବେ ବିଦ୍ୟାଭାରତୀ । ପାରଳାଖେମୁଣ୍ଡି ଏସିଏଫ୍‌ଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଜେରା ହେବେ ପତ୍ନୀ ବିଦ୍ୟାଭାରତୀ। ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ବିଦ୍ୟାଭାରତଙ୍କୁ ଜେରା ବେଳେ ୨ ମହିଳା ସହାୟତା କରିବେ। କ୍ରାଇମ୍ ଏଗନେଷ୍ଟ ୱିମେନ୍ ୱିଙ୍ଗର ୨ମହିଳା ସହାୟତା କରିବେ। ଜେରା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ସ୍ବତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ କରିଛି । ଜେରା ନେଇ କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଆଜି ବି ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ପାରଳାଖେମୁଣ୍ଡିରେ ୧୪ ଜଣଙ୍କୁ ଜେରା ସହ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଛି। ଗତ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଏସିଏଫ୍‌ ସୌମ୍ୟରଞ୍ଜନଙ୍କୁ ଅର୍ଦ୍ଧ ଦଗ୍‌ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.