DRDO ତଥ୍ୟ ଲିକ୍ ମାମଲା: ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ବାଲେଶ୍ୱର, ସେପ୍ଟେମ୍ବର ୧୮ : ଚାନ୍ଦିପୁର କ୍ଷେପଣାସ୍ତ୍ର ପରିକ୍ଷଣ ପ୍ରତିଷ୍ଠାନରୁ ତଥ୍ୟ ଲିକ୍ ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଆଜି ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା ।  ଏବଂ ଏହାକୁ ଅନୁମତି ଦେଇଛନ୍ତି ବାଲେଶ୍ୱର ଏସଡିଜେଏମ୍ କୋର୍ଟ । ୭ ଦିନିଆ ରିମାଣ୍ଡ ପାଇଁ ବାଲେଶ୍ୱର କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

gpkandhamal

ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଗଣ ଗିରଫ ହୋଇଥିବା ବେଳେ ଆଉ କିଛି ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏହି ପ୍ରସଙ୍ଗରେ ଅଧିକ ତଥ୍ୟ ହାସଲ ତଥା ପଚରାଉଚରା କରିବା ପାଇଁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେଇଛି । 

Umasankar Adv

ଆଜି ରିମାଣ୍ଡ ଅନୁମତି ମିଳିବା ପରେ ଅଭିଯୁକ୍ତ ମାନଙ୍କୁ କଟକ ନେଇ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ସୂଚନା ଅନୂସାରେ ୫ ଅଭିଯୁକ୍ତ ଗତ ୧୫ ତାରିଖରେ ବାଲେଶ୍ୱର ପୋଲିସ୍ ଦ୍ୱାରା ଗିରଫ ହୋଇଥିଲେ । ଏମାନେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରିକ୍ଷଣ ପ୍ରତିଷ୍ଠାନରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ଏବଂ ଆଇଟିଆରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏମାନେ ଶତ୍ରୁ ଦେଶ ତଥା ବିଦେଶୀ ଏଜେଣ୍ଟଙ୍କୁ ବିକ୍ରି କରି ମୋଟା ଅଙ୍କର ଟଙ୍କା କମାଉଥିଲେ । 

Leave A Reply

Your email address will not be published.