ଅକ୍ଟୋବର ପ୍ରଥମ ସପ୍ତାହରେ ମିଳିପାରେ ‘କୋଭାକ୍ସିନ୍‌’କୁ WHOର ଜରୁରୀ କାଳୀନ ବ୍ୟବହାର ଅନୁମୋଦନ

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୮ : ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ୍ ଖୁବ ଶୀଘ୍ର ମିଳିବାକୁ ଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ । କୋଭାକ୍ସିନ୍ କୁ କେବଳ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବା ବେଳେ ପୁରା ବିଶ୍ୱରେ ଏହି ଟିକାର ବ୍ôୟହାର ପାଇଁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ ।

gpkandhamal

ଭାରତ ବାୟୋଟେକ୍ ପକ୍ଷରୁ ଗତ ସପତାହରେ ସମସ୍ତ ଦସ୍ତାବିଜ୍ ଦାଖଲ କରାଯାଇଥିଲା । ଏବଂ ଚଳିତ ସପ୍ତାରେ ହିଁ କୋଭାକ୍ସିନ୍ କୁ ହୁ ର ଅନୁମୋଦନ ମିଳିବ ବୋଲି ଆଶା କରାଯାଉଥିବା ବେଳେ ବର୍ତ୍ତମାନ ହୁ ପକ୍ଷରୁ ଏହାକୁ ଆଉ ଟିକେ ଘୁଞ୍ଚାଇ ଦିଆଯାଇଛି । ସୂଚନା ଅନୂସାରେ ଆସନ୍ତା ଅକ୍ଟୋବର ୫ ତାରିଖରେ ହୁ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ଯେଉଥିରେ ସ୍ଥିର କରାଯିବ କୋଭାକ୍ସିନ୍ ଟିକାକୁ ଅନୁମୋଦନ ଦିଆଯିବ କି ନାହିଁ । 

Umasankar Adv

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀ କାଳୀନ ବ୍ୟବହାର ଅନୁମୋଦନ(EUA) ହାସଲ କରିବା ପାଇଁ ଭାରତ ବାୟୋଟେକ୍ କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।  ତେବେ କୋଭାକ୍ସିନ୍ ର କ୍ଲିନିକାଲ ଟ୍ରାଏଲର ପୂର୍ବ ସମସ୍ତ ପର୍ଯ୍ୟାୟ ର ତଥ୍ୟ ଏହା କରୋନା ମହାମାରୀ ଉପରେ କେତେ ପ୍ରଭାବୀ ସେ ସବୁର ରିପୋର୍ଟ ତର୍ଜମା କରିବା ପରେ ହିଁ କୋଭାକ୍ସିନ୍ କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ମିଳିବ ।

Leave A Reply

Your email address will not be published.