ପୁଣି ୩୫୦ ଗ୍ରାମର ବ୍ରାଉନସୁଗାର ଜବତ

ଜଳେଶ୍ଵର , ସେପ୍ଟେମ୍ବର 18 : ବାଲେଶ୍ଵର ଜିଲ୍ଲା ଜଳେଶ୍ଵରର ୨ଟି ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ । ଝାଡେଶ୍ଵରପୁର ଓ ରାଜପୁର ଅଞ୍ଚଳରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ। ଏହା ସହ ଜଣେ ମହିଳା ସମେତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକମାନେ ହେଲେ ସେକ ଭିକାରୀ, ସେକ ରାଜା, ସେକ ମମତାଜ।

gpkandhamal

ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ଵର ପୋଲିସ ୨ଟି ଅଞ୍ଚଳରେ ଚଢାଉ କରି ୩୫୦ ଗ୍ରାମର ଧଳା ଜହର ଜବତ କରିଛି। ଗତକାଲି ପୋଲିସ ରାଜପୁର ଅଞ୍ଚଳରେ ଚଢାଉ କରି କିଙ୍ଗପିନ୍ ସେକ ମମତାଜକୁ ଗିରଫ କରିବା ସହ ୨୦୦ ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ କରିଛି।

Umasankar Adv

ସେହିପରି ଆଜି ଭୋର ସମୟରେ ଜଳେଶ୍ୱର ପୋଲିସ ଝାଡେଶ୍ୱରପୁର ଅଞ୍ଚଳରେ ସେକ ନୁରହୁସେନ ଘରେ ଚଢ଼ାଉ କରି ୧୫୦ ଗ୍ରାମ୍‌ରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ କରିବା ସହିତ ସେକ ନୁରହୁସେନଙ୍କର ସ୍ତ୍ରୀ ସହିତ ୨ ପୁଅ ସେକ ଭିକାରୀ ଓ ସେକ ରାଜାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.