ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ୪୦ ବିଧାୟକ

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୮ : ପଂଜାବରେ ବିଧାନସଭା ପୂର୍ବରୁ କଂଗ୍ରେସର ଅଡୁଆ କମ ହେଉନାହିଁ। ପଂଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ୪୦ ଜଣ ବିଧାୟକ ମୋର୍ଚ୍ଚା ଖୋଲିବା ପରେ ପାର୍ଟି ଶନିବାର ବିଧାୟକ ଦଳର ବୈଠକ ଡାକିଛି। ଏହି ବୈଠକରେ ପଂଜାବ କଂଗ୍ରେସର ପ୍ରଭାରୀ ହରିଶ ରାୱତ ମଧ୍ୟ ଉପସ୍ଥିତ ରହିବେ। 

gpkandhamal

ହରିଶ ରାୱତ ଟୁଇଟ କରି କହିଛନ୍ତି ଯେ, ବଡ଼ ସଂଖ୍ୟାରେ ବିଧାୟକମାନେ କଂଗ୍ରେସ ପାର୍ଟିରୁ ବିଧାୟକ ଦଳର ବୈଠକ ପାଇଁ ଦାବି କରିଛନ୍ତି। ବିଧାୟକଙ୍କ ଦାବି ଅନୁସାରେ ସେପ୍ଟେମ୍ବର ୧୮ ତାରିଖ (ଶନିବାର) ସନ୍ଧ୍ୟା ୫ଟାରେ ପାର୍ଟି କାର୍ଯ୍ୟାଳୟରେ ବିଧାୟକ ଦଳର ବୈଠକ ଆୟୋଜନ ହେବ। ତେଣୁ ସମସ୍ତ ବିଧାୟକଙ୍କୁ ଅପିଲ କରାଯାଉଛି ଯେ, ସେମାନେ ବୈଠକରେ ଉପସ୍ଥିତ ରୁହନ୍ତୁ। 

Umasankar Adv

ପଂଜାବ କଂଗ୍ରେସର ସଭାପତି ନବଜ୍ୟୋତ ସିଂହ ସିଦ୍ଧୁ ମଧ୍ୟ ଟୁଇଟ କରି କହିଛନ୍ତି ଯେ, କଂଗ୍ରେସ ପାର୍ଟିର ନିର୍ଦ୍ଦେଶରେ ସେପ୍ଟେମ୍ବର ୧୮ ତାରିଖରେ ବିଧାୟକ ଦଳର ବୈଠକ ହେବ। ଅସଲ କଥା ହେଲା ଯେ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଛି ବିଧାୟକ ପୁଣି ଥରେ ବିଦ୍ରୋହୀ ସାଜିଛନ୍ତି। ଏହି ୪୦ ଜଣ ବିଧାୟକ ପାର୍ଟି ଆଲାକମାନଙ୍କୁ ପତ୍ର ଲେଖିଛନ୍ତି। ବିଧାୟକମାନେ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ  ପତ୍ର ଲେଖି ୨ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଖୁବ ଶୀଘ୍ର ବିଧାୟକ ଦଳର ବୈଠକ ଡାକିବାକୁ ଦାବି କରିଛନ୍ତି। ନବଜ୍ୟୋତ ସିଦ୍ଧୁଙ୍କୁ ସମର୍ଥନ କରୁଥିବା ବିଧାୟକମାନେ କ୍ୟାପଟେନ ଅମରିନ୍ଦରଙ୍କ କାମକାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। 

Leave A Reply

Your email address will not be published.