ସିଲ୍ ହେଲା ଏମ୍ବାସୀ ବାର୍‌

ଭୁବନେଶ୍ୱର, ସେପ୍ଟେମ୍ବର 18 :କରୋନା ନିୟମକୁ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏମ୍ବାସୀ ବାର । ଏହାକୁ ସିଲ୍ କରିଛି ବିଏମସି । ଭୁବନେଶ୍ୱରରେ ଏବେବି ନାଇଟ କର୍ଫ୍ୟୁ ଜାରି ରହିଛି । ଏଭଳି କ୍ଷେତ୍ରରେ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପ୍ରତି କାର‌୍ୟ୍ୟାନୁଷ୍ଠାନ ନେଉଛି ପ୍ରଶାସନ ।ପୁର୍ବରୁ ମ୍ୟାଡ଼୍ ବ୍ଲ୍ୟୁ ବାରରେ ମଧ୍ୟ ଚଢାଉ କରିଥିଲା ପୋଲିସ୍ ।

gpkandhamal

ସୁଚନା ଅନୁସାରେ ଗତକାଲି ରାତି ୧୦ଟାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବା ପରେ ବାରରେ ପ୍ରାୟ ୫ ଶହରୁ ଅଧିକ ଯୁବକ ଯୁବତୀ ମଦ ନିଶା ସହ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିବା ବେଳେ ଖବର ପାଇ ଅତର୍କିତ ଚଢ଼ାଉ କଲା ପୋଲିସ ।

Umasankar Adv

ବାରରେ ରଙ୍ଗୀନ ଲାଇଟ ସାଙ୍ଗକୁ ଡିଜେ ଗୀତରେ ଦୁଲୁକୁଥିଲା ବାର ।ଏହି ନିୟମ ଉଲ୍ଲଂଘନ ଅଭିଯୋଗରେ ବାର ମ୍ୟାନେଜରଙ୍କ ସହ ୩ ଜଣଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । 

Leave A Reply

Your email address will not be published.