ଚଳିତ ବର୍ଷ ହେବନି ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର, ସେପ୍ଟେମ୍ବର 18 : ଚଳିତ ବର୍ଷ ହେବନି  ଛାତ୍ର ସଂସଦ ନିର୍ବାଚନ । ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ବିପଦ ଟଳିନି।। ଏହାକୁ ନଜରରେ ରଖି ଲଗାତାର ଦ୍ୱିତୀୟ ବର୍ଷ ପାଇଁ ନିର୍ବାଚନ ବନ୍ଦ ରଖାଯିବ । ଏପରିକି ଅନେକ କଲେଜର ପାଠପଢ଼ା ଠିକ ସେ ଆରମ୍ଭ ହୋଇନାହିଁ। ସେମିଷ୍ଟର ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ କରାଯାଉଛି। +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇନାହିଁ। 

gpkandhamal

ଏସବୁକୁ ନଜରରେ ରଖି ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ନିଷ୍ପତି ଉଚ୍ଚ ଶିକ୍ଷା ବିଭାଗ । ତେବେ ଏନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନଥିବା ସୂଚନା ମିଳିଛି ।

Umasankar Adv

ତେବେ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏବେ ଛାତ୍ର ସଂସଦ ନିର୍ବାଚନ ବାବଦରେ ସେମାନେ କିଛି ଚିନ୍ତା କରି ନାହାନ୍ତି । କରୋନା ପାଇଁ  ଦୁଇ ବର୍ଷ ହେଲା ପାଠପଢ଼ା ଠିକ ସେ ଚାଲିନି। ତେଣୁ ନିର୍ବାଚନ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.