ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧୦ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୦ : ରାଜ୍ୟରେ ଆଜି ୫୧୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଥରୁ ୨୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୦୨୦୭୫୪ ରେ ପହଂଞ୍ଚିଛି । ଆଜିର ସଂକ୍ରମିତଙ୍କ ମଧ୍ୟରେ ୭୯ ଜଣ ୧୮ ବର୍ଷରୁ କମ୍ କିଶୋର ରହିଛନ୍ତି ।

gpkandhamal

ସେହିପରି ଗତ ୨୪ ଘଣ୍ଟାରେ ୭୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟଙ୍କ ତାଲିକା ୧୦୦୭୦୬୬ରେ ପହଁଞ୍ଚିଛି ।  ଆଜି ସଂକ୍ରମିତ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୩, ବାଲେଶ୍ୱରରୁ ୩୩,ବଲାଙ୍ଗିରରୁ ୧,ବଦ୍ରକରୁ ୯, ବୌଦ୍ଧ ୧ ,କଟକ ୭୮ , ଗଜପତି ୭ ,ଗଞ୍ଜାମ ୧୨ ,ଜଗତ୍ସିଂହପୁର ୨୨ , ଯାଜପୁରରୁ୨୨, ଜାରସୁଗୁଡାରୁ୧୨. କାଲାହାଣ୍ଡି ୧ , କନ୍ଧମାଳ ୪ , କେନ୍ଦ୍ରାପଡା ୭ , କେନ୍ଦୁଝର ୧୬ , ଖୋର୍ଦ୍ଧା ୧୯୭ ,କୋରାପୁଟ ୩ ,ମାଲକାନଗିରି ୪ ,ମୟୂରଭଞ୍ଜ ୧୪ ,ନୟାଗଡ଼ ୧ ,ପୁରୀ ୨୦ ,ରାୟାଗଡା ୩ ,ସମ୍ବଲପୁର ୯ ,ସୁନ୍ଦରଗଡ ୩ ଏବଂ ରାଜ୍ୟ ପୁଲ୍ ରୁ ୪୭ ଜଣ ସଂକ୍ରମିତ ହୋଇଛନ୍ତି ।

Umasankar Adv
Leave A Reply

Your email address will not be published.