ଦୈବ ଦୁର୍ବିପାକ କେତେବେଳେ କଣ ଘଟୁଛି କିଛି କହିହେବ ନାହିଁ-ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର, ସେପ୍ଟେମ୍ବର ୨୦ : ଜ୍ୟୋତି ପ୍ରକାଶ ଡ୍ରେନ୍‌ରେ ଭାସିଯିବା ଘଟଣାରେ ଅଜବ ମନ୍ତବ୍ୟ ରଖିଛନ୍ତି ଦୁଇ ଦୁଇ ଥର ବିଏମସି ମେୟର ତଥା ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି ଯେ ଦୈବ ଦୁର୍ବପାକ କେତେବେଳେ କଣ ଘଟୁଛି କିଛି କହିହେବ ନାହିଁ । ବିଭିନ୍ନ ସମୟରେ ସରକାର ଏବଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଉଥିବା ସଚେତନ ବାର୍ତ୍ତା ଗୁଡିକୁ ମାନି ଲୋକେ ସଚେତନ ହୋଇ ଘରେ ରହିବା କଥା । 

Umasankar Adv
gpkandhamal

ଏହା ସହିତ ସେ କହିଛନ୍ତି ଯେ ଦେଖିବାକୁ ପଡିବ ଏହା କେଉଁ ବିଭାଗର ଡ୍ରେନ୍ ଏବଂ କଣ ପାଇଁ ଏହାର କାମ ହୋଇ ପାରିଲା ନାହିଁ । ତେବେ ଅନୁଧ୍ୟାନ କଲା ପରେ କଣଷ ।ସୁବିଧା ହୋଇଛି ତାହା ଉପରେ କୁହାଯାଇ ପାରିବ ବୋଲି ସେ କହିଛନ୍ତି । 

ସ୍ମାର୍ଟ ସିଟି ଭୁବନେଶ୍ୱରରେ ବର୍ଷା ଜଳରେ ଜଣେ ୧୫ ବର୍ଷର ଛାତ୍ର ଭାସିଯିବ ସରକାରଙ୍କ ଅପାରଗତାକୁ ଦର୍ଶାଉଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରେ ଘଟଣା ସ୍ଥଳରେ ଉତ୍ୟକ୍ତ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ବିଜେପି କର୍ମୀଙ୍କୁ ଉଠାଇ ନେଇଛି । ସୂଚନା ଯୋଗ୍ୟ, ଭୁବନେଶ୍ୱରରେ ପ୍ରବଳ ବର୍ଷା ହେଉଥିବା ବେଳେ ସାଇକେଲ ନେଇ ଆସିବାବେଳେ ୧୫ ବର୍ଷୀୟ ଛାତ୍ର ପାଣି ସୁଅରେ ଭାସିଯାଇଥିଲେ ।ଗତକାଲିଠାରୁ ଚାଲିଥିବା ୧୯ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଆଜି ମୃତ ଦେହକୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣା ଘଟିବାର କିଛି ସମୟରେ ପରେ କଂଗ୍ରେସ ପକ୍ଷରୁ ମଧ୍ୟ ରାସ୍ତା ଅବରୋଧ କରାଯାଇ ପ୍ରତିବାଦ କରାଯାଇଥିଲା ।

Leave A Reply

Your email address will not be published.