ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ହିଂସାକୁ ନେଇ ସରକାରଙ୍କ ଉପରେ ବର୍ଷୀଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର, ସେପ୍ଟେମ୍ବର ୨୦ : ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ରାଜ୍ୟ ସରକାରଙ୍‌କ ଉପରେ ବର୍ଷିଲା ବିଜେପି । ଏ ନେଇ ପ୍ରେସମିଟରେ ବର୍ଷିଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଏହି ସମୟରେ ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଅପରାଧୀ ଆନଙ୍କୁ ବିଜେଡ଼ିର ନେତା ମାନେ ସୁରକ୍ଷା ଦେଉଛନ୍ତି । ତଦନ୍ତ ବାଟବଣା କରିବାରେ ପୋଲିସ ଓ ପ୍ରଶାସନ ପୂରା ମାହିର୍ ।

gpkandhamal

ଥାନାକୁ ଗଲେ ପୋଲିସ ମାମଲା ଦାଖଲ କରୁ ଦୁସ୍କର୍ମକାରିଙ୍କ ବିରୋଧରେ ମାମଲା ରୁଜ୍ଜୁ କରୁ ନାହିଁ । ଏପରିକି ପୋଲିସ ସେନମାନଙ୍କ ଉପରେ ଅଧିକ ଅତ୍ୟାଚାର କରୁଛି । ଏହା ସହିତ ପୋଲିସ ପିଡିତା ମାନଙ୍କୁ ତାଙ୍କ ସହିତ ଶାରିରିକ ସମ୍ପର୍କ ରଖିଲେ ତଦନ୍ତରେ ସହଯୋଗ କରିବାକୁ କହୁଥିବା ସାଘାତିକ ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳର ବିଧାୟକ ଏବଂ ସାଂସଦ ମନ୍ତ୍ରୀ ମାନେ ଚାପ ପକାଇ ଅପରାଧୀ ମାନଙ୍କୁ ଖସିଯିାବାରେ ସାହାର୍ଯ୍ୟ କରୁଛନ୍ତି । ଓଡିଶା ଭଳି ରାଜ୍ୟରେ ମହିଳାଙ୍କୁ ବସ୍ତୁ ଭଳି ବ୍ୟବହାର କରାଯ।।ଉଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି । 

Umasankar Adv

ଏହା ସହିତ ଭୁବନେଶ୍ୱର ଭଳି ଜାଗାରେ ୧୫ ବର୍ଷ ପିଲା ପାଣିରେ ଭାସି ଯାଇ ମୃତ୍ୟୁ ବରଣ କଲା । ମାତ୍ର ଦୋଷ ମୁଣ୍ଡାଇବାକୁ ନାରାଜ ସରକାର । ସମସ୍ତେ ପରସ୍ପରକୁ ଦୋଷ ଦେଉଛନ୍ତି ମାତ୍ର କାହା ମୁଣ୍ଡ ଉପରେ ଖଣ୍ଡା ପଡୁନି । ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଦୁଃଖ ପ୍ରକାଶ ମଧ୍ୟ କଲେନି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.