ମୁଲ୍ୟାଙ୍କନ ଦାବିରେ CHSE କାର୍ଯ୍ୟାଳୟ ସାମ୍ନାରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର, ସେପ୍ଟେମ୍ବର 20 : ଉଚିତ୍ ମୁଲ୍ୟାଙ୍କନ ଦାବିରେ ନିଜ ହାତ କାଟି ଦେଲେ ଛାତ୍ରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ଼୍ରପ ଆଉଟ୍ ଛାତ୍ରୀ ନିଜ ହାତ କାଟଦେଇଥିବା ସୁଚନା ମିଳିଛି । ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାଙ୍କନ ଦାବିରେ ଛାତ୍ରୀ ଜଣଙ୍କ ହାତ କାଟିଛନ୍ତି । ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ତାଙ୍କ ନାମ ହେଉଛି ନନ୍ଦୀନି ବେହେରା ।

gpkandhamal

 ଏକାଧିକ ଛାତ୍ରୀ ସିଏଚଏସଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଛାତ୍ରୀ ଜଣଙ୍କ ଏଭଳି କାର୍ଯ୍ୟ କରିଥିଲେ । ତାଙ୍କ ହାତରେ ମଧ୍ୟ ଆଘାତ ହୋଇଛି । ପୁର୍ବରୁ ମଧ୍ୟ ଏହି ଦଶମ ଆଧାରରେ ଡ଼୍ରପ୍ ଆଉଟ୍ ପିଲାଙ୍କୁ ମାର୍କ ଦେବାକୁ ଦାବି ହୋଇ ଆସୁଥିଲା । 

Umasankar Adv

କିନ୍ତୁ ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ମାସ ୧ ତାରିଖରୁ ୧୧ ତାରିଖ ମଧ୍ୟରେ ପରୀକ୍ଷା କରିବାକୁ କୁହାଯାଇଥିବା ବେଳେ ଅତି କମ୍ ସମୟରେ ଏଥି ପାଇଁ ପ୍ରସ୍ତୁତ ହେବା ସମ୍ବବପର ନୁହେଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ସରକାର ଏଭଳି ପଦକ୍ଷେପରେ କିଛି ତ୍ରୂଟି ପରିଲିଖିତ ହୋଇଥିବାରୁ ଏହାକୁ ନେଇ କିଛି ରାଜନୌତିକ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.