ହୀରାକୁଦ ଡ଼୍ୟାମ୍‌ରେ ଖୋଲିଲା ଆଉ ୩ଟି ଗେଟ୍‌

ସମ୍ୱଲପୁର, ସେପ୍ଟେମ୍ବର 20 : ହୀରାକୁଦ ଡ଼୍ୟାମ୍‌ରେ ଖୋଲିଲା ଆଉ ୩ଟି ଗେଟ୍ । ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ କାର୍ଯ୍ୟ ଜାରୀ ରହିଛି । ଗତକାଲି ୪ଟି ଗେଟ୍ ବନ୍ଦ କରାଯାଇଥିଲା । ଫଳରେ ହୀରାକୁଦରୁ ୭ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଥିଲା କିନ୍ତୁ ଦୁଇଦିନ ବର୍ଷା ଫଳରେ ପୁଣି ୩ଟି ଗେଟ୍ ଖୋଲଯାଇ ବନ୍ୟା ପାଣି ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି ।  ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୨୮.୩୩ ଫୁଟ୍ । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୨୫ ହଜାର ୩୧୮ କ୍ୟୁକେସ୍ ପାଣି । 

gpkandhamal

ଆଗକୁ ପୁଣି ଅଧିକ ଗେଟ୍ ବନ୍ଦ ହେବ । ହୀରାକୁଦରୁ ଜଳ ନିଷ୍କାସନ କମୁଥିବାରୁ ମହାନଦୀ ଅବବାହିକାରେ ବି ଜଳସ୍ତର ଧୀରେ ଧୀରେ କମିବ । ଏଥିସହ ମହାନଦୀରେ ବନ୍ୟା ଆଶଙ୍କା ବି ଟଳି ଯାଇଛି । ତେବେ କିଛି ତଳିଆ ଅଞ୍ଚଳରେ ମହାନଦୀ ଓ ଶାଖାନଦୀର ପାଣି ପ୍ରବେଶ କରିଛି ।

Umasankar Adv
Leave A Reply

Your email address will not be published.