ବିଶ୍ୱବିଦ୍ୟାଳୟରେ ଆତଙ୍କରାଜ

ଋଷ, ସେପ୍ଟେମ୍ବର ୨୦ : ଋଷର ଏକ ବିଶ୍ୱବିଦ୍ୟାଳୟରେ ଆତଙ୍କରାଜ । ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ ହୋଇଛି । ଫଲରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଋଷର ପର୍ମ ସ୍ଥିତ ପରମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଗୁଳିମାଡ କରିଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଛାତ୍ର ଓ ଶିକ୍ଷକମାନେ କୋଠରୀରେ ନିଜକୁ ତାଲା ପକାଇ ଦେଇଥିଲେ । 

gpkandhamal

ଜୀବନ ବଞ୍ଚାଇବାକୁ କିଛି ଲୋକ ବିଲଡିଂରୁ ଜେଇଁପଡିଥିଲେ । ତେବେ ଏଥିରେ ଆକ୍ରମଣକାରୀ ମଧ୍ୟ ନିହର ହୋଇଛି । ମାତ୍ର ଆକ୍ରମଣକାରୀଙ୍କ ପରିଚୟ ଏଯାଏ ମିଳିପାରିନାହିଁ । ଋଷର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏହା ପୂର୍ବରୁ କହିଛି ଯେ ଆକ୍ରମଣକାରୀକୁ ଗିରଫ କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଛି । 

Umasankar Adv

ସେପଟେ ଘଟମାର ତଦନ୍ତ ଆରମ୍ଭ ହୋଇଛି । ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗୁଳି ବିନିମୟରେ କିଛି ଲୋକ ଆହତ ହୋଇଛନ୍ତି । ତେବେ ବିଲଡିଂରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟ କିଛି ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.