୨୩ରେ ରିଲିଜ୍ ହେବ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’

ମୁମ୍ବାଇ ସେପ୍ଟେମ୍ବର ୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍ ହେବ । ରିଲିଜ ପୂର୍ବରୁ ଫିଲ୍ମର ଡିଜିଟାଲ ଟ୍ରେଲର ସାମ୍ନାକୁ ଆସିଛି । ଏନେଇ ଫିଲ୍ମର ନିର୍ମାତା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ଖୁବ୍ ସମ୍ମାନ ଦିଏ । ଏହା ମୋ ପାଇଁ ସମ୍ମାନର କଥା ଯେ ମୁଁ ସିନେମା ମାଧ୍ୟରେ ତାଙ୍କ କାହାଣୀକୁ ଦୁନିଆ ସାମ୍ନାକୁ ଆଣିବାରେ ସୁଯୋଗ ପାଇଛି । 

gpkandhamal

ତେବେ ପ୍ରଧାନମନ୍ତ୍ରୀଙ୍କ ଜୀବନ ଉପରେ ଆଧାରିତ ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦିର ଟ୍ରେଲର ରିଲିଜ୍ ହୋଇଛି । ଉମଙ୍ଗ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ କିଛି ଦର୍ଶାଯାଇଛି । ଯାହାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । 

Umasankar Adv

ସେପ୍ଟେମ୍ବର ୨୩ ତାରିଖରେ ‘ପିଏମ୍ ନରେନ୍ଦ୍ର ମୋଦି’ ଏମ୍‌ଏକ୍ସ ପ୍ଲେୟରରେ ରିଲିଜ୍ ହେବ । ଫିଲ୍ମରେ ବିବେକଙ୍କ ବ୍ୟତୀତ ମନୋଜ ଯୋଶୀ, ବରଖା ବିଷ୍ଟ, ଜରୀନା ବହାବ ଓ ବୋମନ ଇରାନୀ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.