ଏଣିକି ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ଗାଡି ଚଳାଇଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୦ : ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ପ୍ରଦୂଷଣ ମାତ୍ର କମ କରିବା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପରେ ଗାଡି ଚାଲକଙ୍କୁ ଅସୁବିଧା ହୋଇପାରେ । ହେଲେ ଥାଣ୍ଡା ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାର ସମ୍ଭାବନା ରହିଛି ବୋଲି ଦିଲ୍ଲୀ ସରକାର କହିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନିଆଯାଇଛି । 

gpkandhamal

ଏଣିକି ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ବିନା ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରେ । ସରକାରଙ୍କ ପରିବହନ ବିଭାଗ ଅନୁଯାୟୀ ପିୟୁସି ସାର୍ଟିଫିକେଟ୍ ବିନା ଗାଡି ଚଳାଉଥିବା ବେଳେ ଧରା ପଡିଲେ ଲାଇସେନ୍ସ ରଦ୍ଦ ହେବା ସହ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । 

Umasankar Adv

ପରିବହନ ବିଭାଗ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ ସହିତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ମାଲିକଙ୍କୁ ପିୟୁସି ପ୍ରମାଣ ପତ୍ର ନେଇଯିବାକୁ ଅପିଲ କରିଛି । ପରିବହନ ବିଭାଗ ଦ୍ୱାରା ଜାରି ହୋଇଥିବା ନୋଟିସ ଅନୁସାରେ, ବିନା ପ୍ରମାଣପତ୍ରରେ ଧରା ପଡିଲେ ଗାଡି ମାଲିକଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ । ଏହାସହିତ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ।

Leave A Reply

Your email address will not be published.