ମହିଳାଙ୍କୁ ଘୃଣା କରୁଛି ତାଲିବାନ

କାବୁଲ, ସେପ୍ଟେମ୍ବର ୨୦ : ମହିଳାଙ୍କୁ ଘୃଣାର କରୁଛି ତାଲିବାନୀ । ବାରମ୍ବାର ସେମାନଙ୍କର ଆକ୍ରୋଶର ଶିକାର ହେଉଛନ୍ତି ମହିଳାମାନେ । ଏବେ ପୁଣି ଥରେ ମହିଳାଙ୍କୁ ତାଲିବାନୀ ଟାର୍ଗେଟ କରିଛନ୍ତି । ଆଫଗାନିସ୍ତାନର ରାଜଦାନୀ କାବୁଲର ଅନ୍ତରୀଣ ମେୟର କହିଛନ୍ତି ଯେ ଦେଶର ନୂତନ ତାଲିବାନ ଶାସକମାନେ ସହରର ଅନେକ ମହିଳା କର୍ମଚାରୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

gpkandhamal

ତେବେ ପୁରୁଷମାନେ ଯାହା କରିପାରିବେ ନାହିଁ ତାହା କରିବାକୁ ମହିଳାମାନଙ୍କୁ ଅନୁମତି ଦିଆଯାଇଛି । ତାଲିବାନ ଏହି କଠୋର ନିଷ୍ପତ୍ତି ଅଧିକାଂଶ ମହିଳାଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି କରିଛି । ସାଧାରଣ ଜୀବନରେ ମହିଳାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ସହ ସହନଶୀଳ ତଥା ଅନ୍ତର୍ଭୂକ୍ତ ସରକାର ପ୍ରତିଜ୍ଞା କରିଛି । ୧୯୯୦ ଦଶକରେ ତାଲିବାନ ଶାସନ କାଳରେ ଝିଅ ଓ ମହିଳାମାନଙ୍କୁ ସ୍କୁଲ ଯାଇ କାମ କରିବାକୁ ବାରଣ କରିଥିଲେ । 

Umasankar Adv

ନିକଟପେ ତାଲିବାନ ନୂତନ ସରକାର ଝିଏ ଓ ମହିଳାଙ୍କ ଅଧିକାରରକୁ ରୋକିବା ପାଇଁ ଅନେକ ନିଷ୍ପତ୍ତି ଜାରି କରିଛନ୍ତି । ଏହି ସପ୍ତାହ ଶେଷରୁ ପୁଅମାନଙ୍କ ପାଇଁ ସ୍କୁଲ ଖୋଲାଯାିତିବା ବେଳେ ଝିଅମାନଙ୍କୁ ଏହି ସମୟରେ ବିଦ୍ୟାଳୟକୁ ନଆସିବାକୁ କୁହାଯାଇଛି । ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ସୂଚନା ଦିଆଯାଇଛି ଯେ ବାଳକ ଓ ବାଳିକାମାନେ ପୃଥକ ଶ୍ରେଣୀରେ ପାଠ ପଢିବେ ଏବଂ ସେମାନଙ୍କୁ ଏକ ଇସଲାମିକ୍ ଡ୍ରେସ୍ କୋଡ୍ ଅନୁସରଣ କରିବାକୁ ପଡିବ । 

Leave A Reply

Your email address will not be published.