ତେଜୁଛି ରାଜନୌତିକ ଅସନ୍ତୋଷ

ଭୁବନେଶ୍ୱର, ସେପ୍ଟେମ୍ବର 20 : ଗତକାଲି ଦିନ ଦି’ପହରରେ ସ୍ମାଟ୍ ସିଟି କହୁଥିବା ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଥିଲା ଏକ ଅଭାଭନୀୟ ଘଟଣା । ଯାହା ଘଟିଯାଇଛି ପ୍ରକୃତ ପକ୍ଷେ ତାହା ସ୍ମାଟ୍ ସିଟିର ପ୍ରକୃତ ଚିତ୍ରକୁ ପଦାରେ ପକାଇଛି । ଜଣେ ଦଶମ ଶ୍ରେଣୀର ଛାତ୍ର ଖୋଲା ଡ଼୍ରେନ୍ ର ଖସିଯାଇଥିଲେ ଫଳରେ ପ୍ରକୃତି କରାଳ ରୁପରେ ଡ଼୍ରେନ୍ ରେ ପାଣିର ମାତ୍ରା ଏତେ ଅଧିକ ଥିଲା ଯେ ସେହି ସ୍ରୋତରେ ହିଁ ଭାସି ହୋଇଯାଇଥିଲା ସେହି ୧୫ ବର୍ଷର ନାବାଳକ । ତାଙ୍କ ନାଁ ହେଉଛି ଜ୍ୟୋତିପ୍ରକାଶ ବେହେରା ଏବଂ ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ରହୁଥିଲେ ।

gpkandhamal

 ପରେ ବିଭିନ୍ନ ଅଗ୍ନିଶମବାହାନୀ ସହ ଓଡ଼୍ରାଫ ଟିମ୍ ଦୀର୍ଘ ୧୮ ଘଣ୍ଟା ଖୋଜା ଖୋଜି କରିବା ପରେ ଆଜି ସେହି ନାବାଳକର ମୃତଦେହ ଉଦ୍ଧାର ହୋଇଛି । ତେବେ ସ୍ମାର୍ଟ ସିଟି କହି ଚାରିଆଡ଼େ ବାଃ ବାଃ ନେଉଥିବା ବେଳେ ବିଏମସିକୁ ଦାୟୀ କରିଛନ୍ତି ଲୋକେ ଏହାରି ଭିତରେ ମନ୍ତ୍ରୀ ଅଶୋକ ପଣ୍ଡା ମୃତ ନାବାଳକଙ୍କ ପରିବାର ଲୋକଙ୍କ ପାଇଁ ଅନୁକର୍ମ୍ପା ରାଶି ଘୋଷଣା କରି ନିଜେ ଦାୟିତ୍ୱମୁକ୍ତ ହୋଇଥିବା କୁହାଯାଉଛି । 

Umasankar Adv

ଯାହାଫଳରେ ରିଲିଫ୍ ମୋର୍ଡ଼ ଅନୁସାରେ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଏହାକୁ କେନ୍ଦ୍ର କରି ମଧ୍ୟ ରାଜନୌତିକ ଦଳ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏପରିକି କିଛି ଛାତ୍ର ବିଏମସି ଅଫିସ୍ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଏକଚାଟିଆ ଶାସନକୁ ବିରୋଧ କରିଛନ୍ତି । 

Leave A Reply

Your email address will not be published.