ଭୁବନେଶ୍ୱର, ସେପ୍ଟେମ୍ବର ୨୦ : କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସମ୍ବାବ୍ୟ ତୃତୀୟ ଲହରକୁ ନେଇ ସ୍ୱାସ୍ତ୍ୟ ବିଭାଗ ସହିତ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ସେ କହିଛନ୍ତି । ସାମ୍ଭାବ୍ୟ କରୋନାର ତୃତୀୟ ଲହରର ପ୍ରସ୍ତୁତି ନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ତେବେ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ତେବେ ରାଜ୍ୟରେ କରୋନା ସଂକ୍ରମଣ କିପରି ହ୍ରାସ ହେବ ତାହା ଦେଖିବାକୁ ପଡିବ । ସେତିପାଇଁ ଟିକାକରଣ ଚାଲୁଛି । ଏହାସହିତ ସର୍ଭିଲାନ୍ସ ମଧ୍ୟ ଚାଲୁଛି । ଅନ୍ୟପଟେ ଶିଶୁଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୩ଟି ଜିନିଷ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଯାହା ଚିକିତ୍ସା ଭିତ୍ତିଭୂମି, ଆକ୍ସିଜେନ୍ ଏବଂ ତାଲିମ ।
ସେପଟେ ଯଦି ଆମେ କଟକଣା ନ ମାନିବା ତେବେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି । ଏହାକୁ ରୋକିବାର ଗୋଟିଏ ଉପାୟ ହେଇଛି ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ବଜାଇ ରଖନ୍ତୁ । ଯଦି ଆବଶ୍ୟକ ହେୁଛି ତେବେ ବାହାରକୁ ଯାଆନ୍ତୁ ନହେଲେ ଘରେ ରୁହନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।