ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଚରଣଜିତ୍ ସିଂ ଚନ୍ନି

ଚଣ୍ଡୀଗଡ଼ , ସେପ୍ଟେମ୍ବର 20 : ଶପଥ ଗ୍ରହଣ କଲେ ପଂଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି । ପଞ୍ଜାବର ରାଜ୍ୟପାଳ ବନ୍‌ୱାରିଲାଲ୍ ପୁରୋହିତ ତାଙ୍କୁ ପଦ ଓ‌ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କେବଳ ସେ ଏକା ନୁହେଁ ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ସୁଖଜିନ୍ଦର ରାନ୍ଧୱା ଓ ବ୍ରହ୍ମ ମୋହିନ୍ଦା ମଧ୍ୟ ଶପଥ ଗ୍ରହଣ କରିଛନ୍ତି । 

gpkandhamal

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଅମରିନ୍ଦର ସିଂହଙ୍କ ସରକାରରେ ପ୍ରଯୁକ୍ତିବଦ୍ୟା ଶିକ୍ଷା ଓ ଶିଳ୍ପ ତାଲିମ ମନ୍ତ୍ରୀ ଥିଲେ। କିନ୍ତୁ ସବୁବେଳେ ଅମରିନ୍ଦର ସିଂହଙ୍କ ବିରୋଧରେ ବିଦ୍ରୋହୀ ମୁହଁ ଥିଲେ। ଚରଣଜୀତ ସିଂହ ଚନ୍ନୀ ପଂଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଟୁଇଟରରେ କଂଗ୍ରେସ ନେତା ଦଳିତ ମୁଖ୍ୟମନ୍ତ୍ରୀକୁ ନେଇ ହୋଇଥିବା ନିଷ୍ପତ୍ତିକୁ ଉଚ୍ଚ ପ୍ରଶଂସା କରାଯାଉଛି। 

Umasankar Adv

ପଂଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂହ ସିଦ୍ଧୁ ନିଷ୍ପତ୍ତିକୁ ଐତିହାସିକ ଦର୍ଶାଇଛନ୍ତି। ସେହିପରି ରଣଦୀପ ସୁରଜେୱାଲ ଆଶାର ନୂଆ କିରଣ ମଧ୍ୟ କହିଛନ୍ତି। ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍ ସିଂହ ସିଦ୍ଧୁ ଚରଣଜୀତ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ଆଜି ସକାଳେ ଚରଣଜୀତ୍ ସିଂହ ଚନ୍ନୀ ରୂପନଗରସ୍ଥିତ ଗୁରୁଦ୍ବାରକୁ ଯାଇ ପ୍ରାର୍ଥନା କରିଥିଲେ। ଚନ୍ନୀ ମଧ୍ୟ ୨୦୧୫-୧୬ରେ ପଞ୍ଜାବ ବିଧାନସଭାରେ ବିରୋଧୀଦଳର ନେତା ଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହଙ୍କ କ୍ୟାବିନେଟ୍‌ରେ ସେ ଥିଲେ ବୈଷୟିକ ଶିକ୍ଷା ଏବଂ ଉଦ୍ୟୋଗ ତାଲିମ ମନ୍ତ୍ରୀ ।

Leave A Reply

Your email address will not be published.