ଆଲିଗଡ଼ରେ ପତ୍ନୀ ପ୍ରତିଦିନ ନ ଗାଧୋଉଥିବାରୁ ତଲାକ ଦେବେ ପତି

ଆଲିଗଡ଼, ସେପ୍ଟେମ୍ବର ୨୩ : ଉତ୍ତର ପ୍ରଦେଶର ଆଲିଗଡ଼ରେ ଜଣେ ପତିଙ୍କ ଦ୍ବାରା ପତ୍ନୀଙ୍କୁ ତଲାକ ଦିଆଯିବା ନେଇ ମହିଳା ସୁରକ୍ଷା ସେଲ୍‌ରେ ଦାବି ହୋଇଛି। ଉଭୟ ପତି ଓ ପତ୍ନୀଙ୍କ ଦ୍ବାରା ହୋଇଥିବା ସମସ୍ୟାର ସମାଧାନ ପାଇଁ ଯେତେବେଳେ ଅଫିସକୁ ଡକାଗଲା, ସେହି ସମୟରେ ପତ୍ନୀଙ୍କୁ ତଲାକ ଦେବାର ଆଗ୍ରହର କାରଣ ଜଣାପଡ଼ିଛି। ଏହାକୁ ଯିଏ ଶୁଣିବ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ। କାରଣ ପତ୍ନୀ ଗାଧୋଉ ନଥିଲେ ବୋଲି ପତି ତଲାକ ଦେବାକୁ ଆଗ୍ରହୀ ଥିଲେ। 

ଆଲିଗଡ଼ର ଚଡୌସ ଥାନା ଅଂଚଳର ଜଣେ ଯୁବକ ୨ ବର୍ଷ ପୂର୍ବରୁ କ୍ବାର୍ସି ଥାନା ଅଂଚଳରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପର୍ଯ୍ୟନ୍ତ ଉଭୟ ପତି-ପତ୍ନୀଙ୍କ ସଂପର୍କ ଭଲ ଥିଲା। ଏହା ପରେ ସେମାନଙ୍କର ବୈବାହିକ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ଶେଷରେ ମାମଲା ଜିଲ୍ଲା ମୁଖ୍ୟାଳୟସ୍ଥିତ ଓମ୍ୟାନ ପ୍ରୋଟେକସନ ସେଲକୁ ପହଂଚିଥିଲା। ସେଠାରେ ପରିଷଦ ଦ୍ବାରା ସ୍ବାମୀ-ସ୍ତ୍ରୀଙ୍କ ବିବାଦର ସମାଧାନ କରିବାକୁ ଉଦ୍ୟମ ହୋଇଛି। ତେବେ ମାମଲାର ସମାଧାନ ହୋଇ ପାରି ନଥିବାରୁ ସ୍ବାମୀ-ସ୍ତ୍ରୀଙ୍କୁ ଆଗାମୀ ତାରିଖ ପାଇଁ ଡକାଯାଇଛି।

Umasankar Adv
Leave A Reply

Your email address will not be published.