ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୩ ଦିନିଆ ଗସ୍ତରେ ଆମେରିକାରେ ପହଂଚିଛନ୍ତି। ଭାରତୀୟ ସମୟ ଅନୁସାରେ ଭୋର ୩ଟା ୩୦ ମିନିଟରେ ସେ ୱାଶିଂଟନ୍‌ ପହଂଚିଛନ୍ତି। ମୋଦୀଙ୍କ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି। କାରଣ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ମୋଦୀ ଆଜି ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌, ଅଷ୍ଟ୍ରେଲିଆର ନିଜର ସମକକ୍ଷ ସ୍କଟ ମୋରିସନ୍‌ ଓ ଗ୍ଲୋବାଲ କଂପାନୀର ସିଇଓ ମାନଙ୍କୁ ଭେଟିବେ। 

gpkandhamal

ପ୍ରଧାନମନ୍ତ୍ରୀ ମୋଦୀ ଗସ୍ତର ପ୍ରଥମ ଦିନରେ ନିଜର ଅଷ୍ଟ୍ରେଲିଆ ସମକକ୍ଷ ସ୍କଟ ମୋରିସନ୍‌, କମଲା ହ୍ୟାରିସ୍‌ ଓ କର୍ପୋରେଟ ଦୁନିଆର ବରିଷ୍ଠ ନେତାମାନଙ୍କୁ ଭେଟିବେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୋଦୀ ଆଜି କର୍ପୋରେଟ ସେକ୍ଟରର ବଛାବଛା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଶିଳ୍ପ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ଚର୍ଚ୍ଚା କରିବେ। ସିଇଓ ତାଲିକାରେ କ୍ବାଲକମ, ଏଡୋବ, ବ୍ଲାକଷ୍ଟୋନ୍‌, ଜେନେରାଲ ଅଟୋମିକ୍ସ ଓ ଫାଷ୍ଟ ସୋଲାର କଂପାନୀ ରହିଛି। 

Umasankar Adv
Leave A Reply

Your email address will not be published.