ଫାଇନାନ୍ସ କର୍ମଚାରୀ ଙ୍କ ବେକରେ ମାରଣାସ୍ତ୍ର ଲଗାଇ ଲୁଟେରା ଲୁଟି ନେଲେ ୩୭ ହଜାର ଟଙ୍କା

ବାଲିପାଟଣା,ସେପ୍ଟେମ୍ବର ୨୩ : ବାଲିପାଟଣା ଥାନା ଆଳୋଇ-ପଦ୍ମପୁର ରାସ୍ତାରେ ଜଣେ ଫାଇନାନ୍ସ କର୍ମଚାରୀ ଙ୍କ ବେକରେ ମାରଣାସ୍ତ୍ର ଲଗାଇ ଲୁଟେରା ଲୁଟି ନେଲେ ୩୭ ହଜାର ଟଙ୍କା ।  ଗତକାଲି ପ୍ରାୟ ସାଢେ ଦୁଇଟା ସମୟରେ ସମସ୍ଥା ଫାଇନାନ୍ସ ନିମାପଡ଼ା ଶାଖାର କର୍ମଚାରୀ ଲୋକନାଥ ମହାରଣା ଋଣ ଟଙ୍କା ସଂଗ୍ରହ କରି ଶାଖାକୁ ଫେରୁଥିଲେ । 

gpkandhamal

ଠିକ୍ ଏହି ସମୟରେ ପଦ୍ମପୁର ଠାରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ଲୋକନାଥଙ୍କୁ ଅଟକାଇଥିଲେ ଏବଂ ଏକ ମାରଣାସ୍ତ୍ର ଲଗାଇ ଟଙ୍କା ବ୍ୟାଗ୍ ଛଡାଇଥିଲେ । 

Umasankar Adv

 ଟଙ୍କା ବ୍ୟାଗରେ ୩୭ ହଜାର ଟଙ୍କା ଥିବା ଲୋକନାଥ ପୋଲିସକୁ ଜଣାଇଛନ୍ତି । ପୋଲିସ ସ୍ଥାନୀୟ ଅଞ୍ଚଳ ରେ ଲାଗିଥିବା ସିସିଟିଭି ଫୁଟେଜ ରୁ କିଛି କ୍ଲିପ୍ ଆଣି ତଦନ୍ତ ଚଳାଇଛି ।

Leave A Reply

Your email address will not be published.