ରାଜ୍ୟରେ ସକ୍ରିୟ ହେଉଛି ଗଞ୍ଜେଇ ମାଫିଆଙ୍କ ରାଜୁତି

ରାଇରଙ୍ଗପୁର, ସେପ୍ଟମ୍ବର୍ ୨୩ : ରାଇରଙ୍ଗପୁର ଟାଉନ ପୋଲିସ୍ ପେଟ୍ରୋଲିଂ ଟିମ୍ ହାତରେ ଗଂଜେଇ ଚାଲାଣକାରୀଙ୍କ ସମେତ ୬ କି.ଗ୍ରା ଗଂଜେଇ ଓ ଏକ ଟ୍ରକ ଜବତ ହୋଇଛି ।  ଗିରଫ ଅଭିଯୁକ୍ତ ମନୋଜ ମୁଣ୍ଡା ଓ ପବନ ନାଏକ ଝାରପୋଖରିଆରୁ ବାହାରି ଝାରଖଣ୍ଡ ଅଭିମୁଖେ ଯାଉଥିଲେ ବୋଲି ତଦନ୍ତରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ରାଇରଂଗପୁର ସହର ଦେଇ OD-11T- 8561 ନମ୍ବର ଥିବା ଏକ ଟ୍ରକ ଦ୍ରୁତଗତିରେ ତିରିଙ୍ଗ ଆଡକୁ ମୁହାଁଇଥିଲା ।

gpkandhamal

 ଟ୍ରକ ଚାଳକର ବେପରୁଆ ଗାଡି ଚାଳନା ଟାଉନ ପୋଲିସ ପେଟ୍ରୋଲିଂ ଟିମର ରାଡାର୍‌କୁ ଆସିଥିଲା । ସନ୍ଦେହ ହେବାରୁ ଗାଡିର ପିଛା କରି ପୋଲିସ ଗମ୍ଭାରୀଆ ପୋଲ ନିକଟରେ ଟ୍ରକଟିକୁ ଅଟକାଇ ଯାଂଚ କରିଥିଲା । ଖୋଳତାଡରୁ ଗାଡିରୁ ୬ କି.ଗ୍ରା ଗଂଜେଇ ଜବତ ହେବା ସହ ଗାଡି ଚାଳକ ଓ ଖଲାସୀ ପୋଲିସ ହାତରେ ଗିରଫ ହୋଇଥିଲେ । 

Umasankar Adv
Leave A Reply

Your email address will not be published.