ସୋପିଆନ୍‌ର କାଶୱାରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର

ଶ୍ରୀନଗର, ସେପ୍ଟେମ୍ବର ୨୩ : ଜମ୍ମୁ କଶ୍ମୀରର ସୋପିଆନ୍‌ ଜିଲ୍ଲାର କେଶୱାରେ ଆଜି ଭୋରରୁ ଏନକାଉଣ୍ଟର ହୋଇଛି। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ନିହତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ। ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚି ଏନ୍‌କାଉଣ୍ଟର କରିଛନ୍ତି। 

gpkandhamal

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କେଶୱା ଅଂଚଳରେ କିଛି ଆତଙ୍କବାଦୀମାନେ ଲୁଚି ରହିଛନ୍ତି। ଏବାବଦରେ ସୁରକ୍ଷା ବାହିନୀକୁ ବିସ୍ବସ୍ଥ ସୂତ୍ରରୁ ସୂଚନା ମିଳିଥିଲା। ସଶସ୍ତ୍ର ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚିବା ପରେ ଆତଙ୍କବାଦୀମାନେ ବ୍ୟସ୍ତ ହୋଇପଡ଼ିଥିଲେ। ତେବେ ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି ରହିଛି। ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Umasankar Adv
Leave A Reply

Your email address will not be published.