କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର, ସେପ୍ଟେମ୍ବର 24 : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ହେଉଥିବା ବେଳେ ଲୋକଙ୍କ ବେପରୁଆ କାର୍ଯ୍ୟ ପାଇଁ ପୁଣି ସଂକ୍ରମଣ ଅଧିକା ହେବାରେ ଲାଗୁଛି । ଏହାରି ଭିତରେ  ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରରୁ କରୋନା ସଂକ୍ରମଣ ଚିହ୍ନଟ ହେବା କାରଣୁ  କୋର୍ଟକୁ ୩ ଦିନ ପାଇଁ ସିଲ୍ କରିଛି ବିଏମସି । 

gpkandhamal

୧୫ଜଣ ଜୁଡିସିଆଲ କର୍ମଚାରୀଙ୍କ ସମେତ ଏକାଧିକ ଆଇନଜୀବୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆସନ୍ତା ୨୬ ତାରିଖ ଯାଏଁ କୋର୍ଟ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଏହି ସୁଚନା ଦେଇଛନ୍ତି ବିଏମସି ସାଉଥ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ।   

Umasankar Adv

ପରିସରରେ ଥିବା ବନ୍ଦୋବସ୍ତ କମିସନର ଓ ଓକିଲ ସଂଘ କାର୍ଯ୍ୟାଳୟ ବି ବନ୍ଦ ରହିବ । ୨୭ରେ ସବୁ କର୍ମଚାରୀଙ୍କ ଆରଟି-ପିସିଆର ଟେଷ୍ଟ ପାଇଁ ଶିବିର ଖୋଲିବ ବୋଲି କୁହାଯାଇଛି ।  ଭୁବନେଶ୍ୱର ଜୁଡିସିଆଲ କମ୍ପ୍ଲେକ୍ସକୁ ୩ଦିନ ପାଇଁ ସିଲ କଲା ବିଏମ୍‌ସି । ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କମ୍ପ୍ଲେକ୍ସ । 

Leave A Reply

Your email address will not be published.