ଆମେରିକାର ଏକ ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ

ୱାଶିଂଟନ, ସେପ୍ଟେମ୍ବର ୨୪ : ଆମେରିକାର ଏକ ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ ହୋଇଛି । ଆମେରିକାର ମେମଫିସ ନିକଟରେ ଥିବା ସୁପର ମାର୍କେଟରେ ଅଜଣା ଆତତାୟୀ ଗୁଳିମାଡ କରିଛନ୍ତି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । 

gpkandhamal

ତେବେ ଗୁଳିମାଡ କରିଥିବା ବ୍ୟକ୍ତି ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିଛି । ଘଟଣା ପରେ ଗୁଳିକାଣ୍ଡ ପରେ ଉକ୍ତ ଅଞ୍ଚଳରେ ଦଳା ଚକଟା ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଏହାସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହି ଗୁଳିକାଣ୍ଡ ସମୟରେ ସମସ୍ତେ ଜୀବନ ବିକଳରେ ଦୌଡିବାରୁ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । 

Umasankar Adv

ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ସେପଟେ ଗୁଳିମାଡ କରିଥିବା ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛି । ତା ଶରୀରରେ ଗୁଳିମାଡର ଚିହ୍ନ ମଧ୍ୟ ରହିଛି । ତେବେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାିଥିବା ପୋଲିସ ପକ୍ଷରୁ କୁହାଯାଇଛି । 

Leave A Reply

Your email address will not be published.