ମୁମ୍ବାଇ ବିପକ୍ଷରେ କୋଲକାତାର ବିଜୟ ପରେ ଅଡୁଆରେ ମୋର୍ଗାନ

ଆବୁଧାବୀ, ସେପ୍ଟେମ୍ବର ୨୪ : କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ଅଧିନାୟକ ଇଅନ ମୋର୍ଗାନଙ୍କୁ ଜରିମାନା ଦେବାକୁ ପଡ଼ିବ । ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ) ମ୍ୟାଚ ସମୟରେ ମନ୍ଥର ବୋଲି କାରଣରୁ ମୋର୍ଗାନଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ ।ନବାଗତ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ଗୁରୁବାର ମୁମ୍ବାଇ ବିପକ୍ଷରେ ମ୍ୟାଚ ବିଜୟୀ ହୋଇଥିଲା । କୋଲକାତା ୭ ୱିକେଟରେ ମୁମ୍ବାଇକୁ ପରାସ୍ତ କରିବା ସହିତ ଅଙ୍କ ତାଲିକାର ଶୀର୍ଷରେ ପହଂଚିଛି । ମାତ୍ର ଏହି ବିଜୟ ପରେ ଦଳର ଅଧିନାୟକ ମୋର୍ଗାନଙ୍କୁ ଜରିମାନା ଆଦେଶ ହୋଇଛି । 

gpkandhamal

ଆଇପିଏଲ୍‌ର ବୟାନରେ କୁହାଯାଇଛି ଯେ, କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଇଅନ ମୋର୍ଗାନଙ୍କ ଉପରେ ଆବୁଧାବୀର ଜାୟଦ କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସର ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ ସମୟରେ କୋଲକାତା ମନ୍ଥର ବୋଲିଂ କରିଛି ।  

Umasankar Adv

ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ-୨୦୨୧ରେ ଲଗାତାର ୨ୟ ପରାଜୟର ଶିକାର ହେବାକୁ ପଡ଼ିଛି । ମୁମ୍ବାଇ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି କକ ପ୍ରଥମ ୱିକେଟରେ ୭୮ ରନ୍ କରିଥିଲା । କିନ୍ତୁ ଟିମ ଇନିଂସର ଶେଷ ପର୍ଯ୍ୟାୟରେ ଭଲ ସ୍କୋର କରିପାରି ନଥିଲା । ମୁମ୍ବାଇର ଟିମ ୧୫୫ ରନ୍‌ରେ ଅଟକିଯାଇଥିଲା । ତେଣୁ ୧୫୬ ରନ୍‌ର ବିଜୟ ଲକ୍ଷ୍ୟକୁ କୋଲକାତା ୧୫.୧ ଓଭରରେ ସହଜରେ ହାସଲ କରିନେଇଥିଲା । କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀ ଦମଦାର ଅର୍ଦ୍ଧଶତକ ରନ୍ ହାସଲ କରିଥିଲେ । ଆୟର ୫୩ ରନ୍ ଓ ତ୍ରିପାଠୀ ଅପରାଜିତ ୭୪ ରନ୍ କରିଥିଲେ । 

Leave A Reply

Your email address will not be published.