ଆସାମରେ ଶବ ସହିତ ବର୍ବରତା

ଗୁଆହାଟୀ, ସେପ୍ଟେମ୍ବର ୨୪ : ଆସାମର ଦରାଙ୍ଗ ଜିଲ୍ଲାରେ ପୋଲିସ ଓ ଲୋକଙ୍କ ମଧ୍ୟରେ ହିଂସା ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ହିଂସାକାଣ୍ଡରେ ୯ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଏହି ଘଟଣା ପରେ ଏକ ଫଟୋଗ୍ରାଫରର ଭିଡିଓ ଭାଇରାଲ ହେଉଛି, ଯେଉଁଠାରେ କି ଏକ ମୃତଦେହ ସହିତ ବର୍ବରତାର ଦୃଶ୍ୟ ଦେଖାଯାଉଛି । ଏବେ ସଂପୃକ୍ତ ଫଟୋଗ୍ରାଫର ଜଣାପଡ଼ିବା ପରେ ପୋଲିସ ତାକୁ ଗିରଫ କରିଛି । ମାତ୍ର ଏହି ଘଟଣା ପରେ ହିଂସା ଅଧିକ ତୀବ୍ର ହୋଇଛି । 

gpkandhamal

ଆସାମର ଦରାଙ୍ଗ ଜିଲ୍ଲାରେ ପୋଲିସ ଓ ସ୍ଥାନୀୟ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପୋଲିସ କହିବା ଅନୁସାରେ ଏଠାରେ ଲୋକେ ଜବରଦଖଲ କରିବାକୁ ଆସିଥିଲେ । ପୋଲିସକୁ ଜବରଦଖଲ ଉଚ୍ଛେଦ କରିବାର ଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନ ସମୟରେ ସ୍ଥାନୀୟ ଲୋକେ ପୋଲିସ ଉପରେ ଆକ୍ରମଣ କରିଦେଇଥିଲେ । ସେମାନେ ପୋଲିକୁ ଗୋଡ଼େଇ ଗୋଡ଼େଇ ମାଡ଼ମାରିଥିଲେ । ଏହା ପରେ ପୋଲିସ ଗୁଳିଚାଳନା କରିଥିଲା ଓ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।  

Umasankar Adv

ଘଟଣା ପରେ ଦରାଙ୍ଗରେ ସ୍ଥିତି ସ୍ୱାଭାବିକ ହୋଇଛି । କିନ୍ତୁ ଏହା ପୂର୍ବରୁ ଜଣେ ଫଟୋଗ୍ରାଫରର ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କି ଜଣେ ଫଟୋଗ୍ରାଫର ଶବ ସହିତ ବର୍ବର କାଣ୍ଡ କରୁଛି । ବ୍ୟକ୍ତି ଜଣକ ଶବ ଉପରେ ଚାଲୁଛି । ସେ ଶବର ଛାତିରେ ଗୋଇଠା ମାରୁଛି । ପୋଲିସ ସଂପୃକ୍ତ ଫଟୋଗ୍ରାଫରକୁ ଗିରଫ କରିଛି । 

Leave A Reply

Your email address will not be published.