ହ୍ୱାଇଟ୍ ହାଉସ୍‌କୁ କ’ଣ ନେଇକି ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ, ହସିଲେ ଜୋ ବାଇଡେନ୍‌!

ୱାଶିଂଟନ୍‌, ସେପ୍ଟେମ୍ବର ୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ହ୍ୱାଇଟ୍ ହାଉସ୍‌ରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସାକ୍ଷାତ କରିଛନ୍ତି । ବୈଠକ ସମୟରେ ଉଭୟ ଦେଶ ମଧ୍ୟରେ ଥିବା ସଂପର୍କ, କରୋନା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ହସଖୁସି ମଧ୍ୟ ଦେଖିଥିଲା ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ବାଇଡେନଙ୍କ ସହିତ ଚର୍ଚ୍ଚା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କିଛି ଏଭଳି ଜିନିଷ ନେଇଥିଲେ, ଯାହା ଜାଣିବା ପରେ ଉଭୟ ନେତାଙ୍କ ମଧ୍ୟରେ ବହୁ ସମୟ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା ଏବଂ ହସିଥିଲେ । 

gpkandhamal

ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ବୈଠକରେ ବାଇଡେନ ନିଜର ମୁମ୍ବାଇ ଯାତ୍ରାକୁ ମନେ ପକାଇଛନ୍ତି । ସେହି ସମୟରେ ସେ ଆମେରିକାର ଉପରାଷ୍ଟ୍ରପତି ଥିଲେ । ସେ କହିଛନ୍ତି ଗଣମାଧ୍ୟମର ପ୍ରତିନିଧିମାନେ ମୋତେ ପଚାରିଥିଲେ ଯେ, ଆପଣଙ୍କର କୌଣସି ସଂପର୍କୀୟ ଭାରତରେ ଅଛନ୍ତି କି? ଭାରତୀୟ ଗଣମାଧ୍ୟମର କେହି ଜଣେ ପ୍ରତିନିଧି କହିଥିଲେ ଭାରତରେ ୫ ଜଣ ବାଇଡେନ ଅଛନ୍ତି ।

Umasankar Adv

ଜୋ ବାଇଡେନ ଏହି ସାକ୍ଷାତକାଳରେ କହିଛନ୍ତି, ମୋର ବିଶ୍ୱାସ ଯେ, ଆମେରିକା-ଭାରତ ସଂପର୍କ ଆମେ ଅନେକ ଗ୍ଲୋବାଲ ଚ୍ୟାଲେଞ୍ଜର ସମାଧାନ କରିବାକୁ ସହଯୋଗ କରିପାରୁ । ବାସ୍ତବରେ ୨୦୦୬ରେ ଯେତେବେଳେ ମୁଁ ଉପରାଷ୍ଟ୍ରପତି ଥିଲି, ମୁଁ କହିଥିଲି ଯେ, ୨୦୨୦ ପର୍ଯ୍ୟନ୍ତ ଭାରତ ଓ ଆମେରିକା ବିଶ୍ୱର ସବୁଠାରୁ ନିକଟତର ଦେଶ ହେବେ ।  

Leave A Reply

Your email address will not be published.