ବୋଟ ଦୁର୍ଘଟଣାରେ ନିଖୋଜ ଥିବା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ମୃତ ଶରୀର ଉଦ୍ଧାର

ଭୁବନେଶ୍ୱର, ସେପ୍ଟେମ୍ବର ୨୫ : ମୁଣ୍ଡୁଳି ବୋଟ୍ ନିକଟରେ ଗତକାଲି ହୋଇଥିବା ବୋଟ ଦୁର୍ଘଟଣାରେ ନିଖୋଜ ଥିବା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ମୃତ ଶରିର ଉଦ୍ଧାର କରାଯାଇଛି । ଗତକାଲି ବୋଟ ଦୁର୍ଗଟଣା ଡପରେ ସୀତାରାମ ନିଖୋଜ ହୋଇଯାଇଥିଲେ । ଗତକାଲିଠାରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏନଡିଆରଏଫ୍ ଟିମ୍ ଆଜି ଧବଳେଶ୍ୱର ନିକଟରେ ମୃତଦେହ ଉଦ୍ଧାର କରିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏହା ସହିତ ସେ ଏହିପରି ଉଦ୍ଧାର କାର୍ଯ୍ୟରେ କୌଣସି ସାଧାରଣ ଲୋକେ ବା ସାମ୍ବାଦିକ ପ୍ରତିନିଧି ସାମିଲ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

gpkandhamal

ଗତକାଲି ଦୀର୍ଘ ସମୟ ଧରି ଫସିଯାଇଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ବିପଦରେ ପଡ଼ିଥିଲା ଓଡ୍ରାଫ ଟିମ । ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ଓଡ୍ରାଫ ବୋଟ ଓଲଟି ପଡ଼ିଥିଲା । ରବର ବୋଟରେ ଅପରେସନରେ ଓଡ୍ରାଫ ଟିମ ସାମିଲ ଥିଲେ । ନଦୀସ୍ରୋତରେ ଫସିଥିବା ୫ ଯବାନଙ୍କୁ ଗତକାଲି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହା ସହିତ ଉକ୍ତ ଦୁର୍ଘଟଣାଗ୍ରସ୍ତ ବୋଟରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ ପ୍ରତିନିଧି ଥିଲାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ମଧ୍ୟ ମେଡିକାଲର ଜେଣଙ୍କର ମୃତ୍ୟୁ ଘଟିଥିଲା ।

Umasankar Adv
Leave A Reply

Your email address will not be published.