ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍ , ଭି . ରମନା

ପୁରୀ, ସେପ୍ଟେମ୍ବର ୨୫ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍ , ଭି . ରମନା ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନଥଙ୍କୁ ଦର୍ଶନ କରିଛନ୍ତି । ଶୁକ୍ରବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସନ୍ଧ୍ୟା ୭ଟା ୫୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ . ଏସ୍ . ମୁରଲୀଧର ସ୍ଵାଗତ କରିଥିଲେ । ପୁରୀରୁ ଫେରିବା ପରେ କଟକ ଯାଇ ପୂର୍ବାହ୍ନ ୧୧ଟା ୧୦ରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ( ଆଇନ ସେବା ଭବନ ) ର ନୂତନ କୋଠାକୁ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ସୁପ୍ଲିମକୋର୍ଟ ବିଚାରପତି ୟୁୟୁ ଲଳିତ ଓ ବିନୀତ ଶରନ ଉପସ୍ଥିତ ରହିବେ । 

gpkandhamal

ସେହିପରି ଗମନ ହାଇକୋର୍ଟ ଏବଂ ଓଡ଼ିଶା ଜୁଡିସିଆଲ ଏକାଡେମୀର ଡିଜିଟାଇଜେଶନ ସେଣ୍ଟର ପରିଦର୍ଶନ କରିବା ସହ ଏକାଡେମୀ ପ୍ରେକ୍ଷାଳୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୨ଟା ୩୫ରେ ଭୁବନେଶ୍ବର ଫେରି ମେ ‘ ଫେୟାରରେ କିଛି ସମୟ ବିଶ୍ରାମ ନେବେ । ଅପରାହ୍ନ ୫ଟା ୫୦ରେ ସେ ଭୁବନେଶ୍ବର ବିମାନବନ୍ଦର ବାହାରି ସନ୍ଧ୍ୟା ୬ଟା ୪୦ରେ ଇଣ୍ଡିଗୋ ୬ଇ – ୨୫୦୧ ବିମାନରେ ନୂଆଦିଲ୍ଲୀ

Umasankar Adv

ଗତକାଲି ଶ୍ରୀ ରମନା ପୁରୀରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଜିଲାପାଳ ସମର୍ଥ ବର୍ମା , ଜିଲା ଆରକ୍ଷୀ ଅଧୀକ୍ଷକ ବିଶାଲ ସିଂ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସ୍ବାଗତ ଜଣାଇଥିଲେ । ସେହିପରି ୫ – ଚି ସଚିବ ଭି.କେ. ପାଆନ , ସୁପ୍ରିମକୋର୍ଟର ବିଚାରପତି ବିନୀତ ଶରନ ଏବଂ ପୁରୀ ଏପି ପିନାକୀ ମିଶ୍ର ମଧ୍ୟ ସ୍ବାଗତ କଲେ ।

Leave A Reply

Your email address will not be published.