ଜଣଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍‌,ଦୁଇ ମୃତ ୬ ଆହାତ

ସୁନ୍ଦରଗଡ, ସେପ୍ଟେମ୍ବର ୨୫: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ଜଣଙ୍କୁ ବଞ୍ଚାଇବାକୁ ଯାଇ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇଛି । ବସ୍‌ଟି ଭାରସାମ୍ୟ ହରାଇ ଏକ ବସ ଓଲଟିପଡି ଥିବାବେଳେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଗୁରୁତ୍ତରଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

gpkandhamal

ରାଜଗାଙ୍ଗପୁରରୁ ରାଉରକେଲା ଯାଉଥିବା ଏହି ବସ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କୁ ଧକ୍କା ଦେବା ଫଳରେ ବସ୍‌ଟି ଓଲଟି ପଡିଥିଲା । ଖବର ପାଇ ପୋଲିସ ଏବଂ ଉଦ୍ଧାର କାରି ଦଳ ଘଟଣଅ ସ୍ଥଳରେ ପହଁଞ୍ଚି ଆହାତ ମାନଙ୍କୁ ମେଡିକାଲ ସ୍ଥାନାନ୍ତର କରିଥିଲେ । ପୋଲିସ ଏବେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ରାଉରକେଲା ସହରର ୧୫ ଜଣ ବ୍ୟକ୍ତି ରାଜଗାଙ୍ଗପୁର ଠାରେ ଅନୁଷ୍ଠିତ ହେଉଥିବା ଏକ ଉତ୍ସବରେ ଯୋଗ ଦେଇ ରାଉରକେଲା ଫେରୁଥିବା ସମୟରେ ରାତି ପ୍ରାୟ ୧୦ଟାରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

Umasankar Adv
Leave A Reply

Your email address will not be published.