କାଶ୍ମୀର ଝିଅଙ୍କ କମାଲ: ସର୍ବକନିଷ୍ଠ କିକ୍ ବକ୍ସିଙ୍ଗ କୋଚ୍

କାଶ୍ମୀର : ଅଧିକାଂଶ ସମୟ ଗୋଳା ବାରୁଦର ସ୍ୱର ଶୁଭୁଥିବା କାଶ୍ମୀର  ଘାଟିରେ ଜଲୱା ଦେଖାଉଛନ୍ତି ୧୩ ବର୍ଷର ଝିଅ  । ପଥରମାଡ କରି ହିଂସା ସୃଷ୍ଟି କରୁଥିବା ଦୁର୍ବୃତ୍ତଙ୍କୁ ବୁଦ୍ଧି ଶିଖାଇବାକୁ ତଜାମୁଲଙ୍କ ମୁକ୍କେବାଜି ଯଥେଷ୍ଟ । ଏବେ ମାତ୍ର ୧୩ ବର୍ଷରେ ଘାଟିର ଅନ୍ୟ ଝିଅ ଓ ପୁଅଙ୍କୁ ବକ୍ସିଙ୍ଗ ପ୍ରଶିକ୍ଷଣ ଦେଇ ସୁଦୃଢ କରିବାକୁ ପ୍ରୟାସ ଚଳାଇଛନ୍ତି ତଜାମୁଲ ଇସ୍ଲାମ ।

gpkandhamal

ଗୋଟେପଟେ ତାଙ୍କର କଅଁଳ ମୁହଁକୁ ସମସ୍ତଙ୍କୁ ମୁଗ୍ଧ କରୁଥିବାବେଳେ ବକ୍ସିଙ୍ଗ ଆଖାଡାରେ ତାଙ୍କର ଗୋଟିଏ ପଞ୍ଚିଙ୍ଗରେ ପ୍ରତିଦ୍ୱନ୍ଦ୍ୱି ଚିତାପଟ୍ ମାରନ୍ତି । ମାସୁମ ଦେଖାଯାଉଥିବା ତଜାମୁଲ ବଡବଡ ବକ୍ସରଙ୍କୁ ମାତ ଦେଇଛନ୍ତି । ବାନ୍ଦିପୁରାର ନିବାସୀ ତଜାମୁଲ ଏଯାଏଁ ଅନେକ ମେଡାଲ ନିଜ ନାଁରେ କରିସାରିଛନ୍ତି । ମାତ୍ର ୮ ବର୍ଷରେ ଜୁନିଅର ବିଶ୍ୱ ବକ୍ସିଂ ଚାମ୍ପିଅନ ହୋଇ କେବଳ କାଶ୍ମୀର ନୁହେଁ ପୁରା ଦେଶ ପାଣି ଆଣିଥିଲେ ଗୌରବ । ୨୦୧୬ ରେ ଇଟାଲୀରେ ଆୟୋଜିତ ଜୁନିଅର୍ ୱାର୍ଲ୍ଡ ଚାମ୍ପିଅନସିପରେ ଭାଗନେଇ ବିଶ୍ୱର ୯୦ଟି ଦେଶର ପ୍ରତିଦ୍ୱନ୍ଦ୍ୱିଙ୍କୁ  ପଛରେ ପକାଇ ସ୍ୱର୍ତ୍ଥ ପଦକ ହାତେଇଥିଲେ ଜତାମୁଲ । ଚୀନରେ ଆୟୋଜିତ ପ୍ରତିଯୋଗିତାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକର ଅଧିକାରୀ ହୋଇଥିଲେ । 

Umasankar Adv

ମାତ୍ର ୫ ବର୍ଷରୁ ବକ୍ସିଙ୍ଗ ମୋହରେ ପଡିଥିଲେ ତଜମୁଲ । ଆଉ ତାଙ୍କର ଏହି ବକ୍ସିଙ୍ଗ ନିଶା ତାଙ୍କୁ କଅଁଳ ବୟସରୁ ଆଣିଦେଇଛି ପ୍ରସିଦ୍ଧି । ତାଙ୍କ ନାଁରେ ରହିଛି ଏକାଧିକ ମେଡାଲ ,ଟ୍ରଫି ।ବକ୍ସିଂ ପ୍ରତି ତାଙ୍କର ଏତେ ନିଶା ଯେ ଦିନକୁ ଘଣ୍ଟା ଘଣ୍ଟା ପ୍ରାକ୍ଟିସ୍ କଲେ ବି ତାଙ୍କୁ ସମୟ ଜଣାପଡେନି । ସବୁବେଳେ ଆକ୍ଟିଭ ତଜାମୁଲଙ୍କ ପ୍ରତିଭା ବିଷୟରେ ଜାଣି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ଭେଟିବାର ଇଚ୍ଛାକୁ ରୋକିପାରିନଥିଲେ । ଖୁସିରେ ତଜାମୁଲଙ୍କୁ କୋଳାଗ୍ରତ କରିଥିଲେ ରାଜନାଥ । କେବଳ ବକ୍ସିଙ୍ଗରେ ନୁହେଁ ପାଠ ପଢାରେ ବି କିଛି କମ୍ ନୁହଁନ୍ତି ଏହି କୁନି ପ୍ରତିଭା । କାଶ୍ମୀର ଗୁଡୱିଲ ସ୍କୁଲରେ ପଢୁଥିବା ତଜାମୁଲ କ୍ଲାସରେ ସବୁବେଳେ ଟପ୍  । ସବୁ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆଗୁସାର  । ଆଉ ସବୁଥିରେ ଟପ୍ ବି କରନ୍ତି ।  ଖାଲି ଦେଶ ନୁହେଁ ବିଦେଶରେ ବି ଏହି କାଶ୍ମୀର ଲଳନାଙ୍କର ବେଶ୍ ଚର୍ଚ୍ଚା । 

Leave A Reply

Your email address will not be published.