ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶବାସୀଙ୍କୁ ଦେବେ ବଡ଼ ଉପହାର

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର କୃଷକମାନଙ୍କୁ ବଡ଼ ଉପହାର ଦେବେ । ସେ ଆଜି ୩୫ଟି ନୂଆ ଫସଲର ଭ୍ୟାରିଆଣ୍ଟଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଟିକ ଷ୍ଟ୍ରେଟ ଟଲରେନ୍ସ ରାୟପୁରର ନୂଆ ପରିସରକୁ ମଧ୍ୟ ଲୋକାର୍ପଣ କରାରଯିବ । ଆଜି ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସଂ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ । 

gpkandhamal

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଗୁରୁତ୍ୱପୂର୍ଣ୍ଣ କୃଷି କାର୍ଯ୍ୟକ୍ରମ ହେବାକୁ ଯାଉଛି । ୩୫ଟି ନୂଆ ଫସଲର ଭ୍ୟାରିଆଣ୍ଟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯିବ । ଏହା ବ୍ୟତୀତ ରାୟପୁରରେ ନବନିର୍ମିତ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଟିକ ଷ୍ଟ୍ରେଟ ଟଲରେନ୍ସ’ର ଲୋକାର୍ପଣ ହେବ । ଦ୍ୱିତୀୟ ଟୁଇଟରେ ମୋଦୀ ସୂଚନା ଦେଇଛନ୍ତି ଯେ, ନୂଆ ଫସଲର ଭ୍ୟାରିଆଣ୍ଟକୁ ଆଇସିଏମଆର ଦୀର୍ଘର ଗବେଷଣା ପରେ ପ୍ରସ୍ତୁତ କରିଛି । ନୂଆ ଫସଲ ଜରିଆରେ ଜଳବାୟୁ ପରିବର୍ତ୍ତନ ଓ କୁପୋଷଣର ପ୍ରଭାବ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ମୁଁ ପରିଶ୍ରମୀ ଚାଷୀଙ୍କ ସହିତ କଥା ହେବି ବୋଲି ମୋଦୀ ସୂଚନା ଦେଇଛନ୍ତି । 

Umasankar Adv

କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରକାରର ଫସଲ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ତାଲିକାରେ ଏଭଳି ଫସଲ ରହିଛି ଯାହାକି ଜଳର କମ ଆବଶ୍ୟକ କରିବ । ଏହା ବ୍ୟତୀତ ରୋଗ ପ୍ରତିରୋଧକ କ୍ଷମତା ଚାଉଳ ଉତ୍ପାଦନ ହୋଇପାରିବ । ଏହା ବ୍ୟତୀତ ବାଜରା, ମକା ଆଦି ଫସଲର ଭିନ୍ନ ଭ୍ୟାରିଆଣ୍ଟଦେଶର ଚାଷୀଙ୍କୁ ମିଳିବ । 

Leave A Reply

Your email address will not be published.