ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ୩ୟ ବ୍ୟକ୍ତିଙ୍କୁ ଖୋଜୁଛି ସିବିଆଇ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ : ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ସିବିଆଇର ତଦନ୍ତ ଜାରି ରହିଛି । ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ସନ୍ଦେହରେ ଥିବା ୩ ଜଣ ଅଭିଯୁକ୍ତଙ୍କୁ ସିବିଆଇ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପଚାରାଉଚରା କରିବ । କିନ୍ତୁ ଏସବୁ ମଧ୍ୟରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ହରିଦ୍ୱାର କନେକଶନ ଗୁରୁତ୍ୱପୂର୍ଣ୍ଣ । କାରଣ ନରେନ୍ଦ୍ର ଗିରି ଆତ୍ମହତ୍ୟା ନୋଟରେ ହରିଦ୍ୱାରର ଜଣେ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଥିଲେ । ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହି ୩ୟ ବ୍ୟକ୍ତି କିଏ ଥିଲା ଯିଏକି ଆନନ୍ଦ ଗିରିଙ୍କ ଷଡ଼ଯନ୍ତ୍ରକୁ ଗୁରୁଙ୍କ ନିକଟକୁ ପହଂଚାଇଥିଲା ଏବଂ ଏହି ତୃତୀୟ ବ୍ୟକ୍ତିଙ୍କୁ କ’ଣ କ୍ଷତି ହେବାର ଥିଲା । 

gpkandhamal

ବାଘମ୍ବରୀ ଗାଦର ମହନ୍ତ ନରେନ୍ଦ୍ର ଗିରି ୧୩ ପେଜର ଆତ୍ମହତ୍ୟା ନୋଟରେ କୌଣସି କମ୍ପ୍ୟୁଟରାଇଜ ଅଶ୍ଳୀଳ ଫୋଟୋ ମାଧ୍ୟମରେ ହଇରାଣ କରାଯାଉଥିବା କଥା କହିଥିଲେ । ସେ ଲେଖିଥିଲେ ଯେ, ଯେତେବେଳେ ହରିଦ୍ୱାରରୁ ସୂଚନା ମିଳିଥିଲା ଯେ, ଦିନେ-ଦୁଇ ଦିନ ମଧ୍ୟରେ ଆନନ୍ଦ ଗିରି କମ୍ପ୍ୟୁଟର ମାଧ୍ୟମରେ କୌଣସି ଝିଅ ଅଥବା ମହିଳାଙ୍କ ସହିତ ଭୁଲ କାମ କରିବାର ଫଟୋ ଭାଇରାଲ କରିଦେବ । ମୁଁ ଭାବିଲି କେମିତି ସଫାଇ ଦେବି । 

Umasankar Adv

ଆତ୍ମହତ୍ୟା ନୋଟ ଅନୁସାରେ ସେହି ବ୍ୟକ୍ତିଙ୍କ ସହିତ ନରେନ୍ଦ୍ର ଗିରିଙ୍କ ଘଟଣା ପୂର୍ବରୁ କଥାବାର୍ତ୍ତା ହୋଇଥିଲା । ହରିଦ୍ୱାରରେ ରହୁଥିବା ଏହି ବ୍ୟକ୍ତି ହରିଦ୍ୱାର ଆଶ୍ରମରେ ରହୁଥିବା ଆନନ୍ଦ ଗିରିଙ୍କ ଷଡ଼ଯନ୍ତ୍ରର ସୂଚନା ପ୍ରୟାଗରାଜରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦେଇଥିଲେ । ମୋର ଝିଅ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଆନନ୍ଦ ଗିରିଙ୍କ ସବୁ ଖବର ଦେଇଛି । ସିବିାଇ ଏବେ ସେହି ବ୍ୟକ୍ତିଙ୍କ ନିକଟକୁ ପହଂଚିବା ପାଇଁ ନରେନ୍ଦ୍ର ଗିରିଙ୍କ ଉଭୟ ମୋବାଇଲ ନମ୍ବରର କଲ ଡିଟେଲ ଖୋଜୁଛି । ସେହିପରି ଆନନ୍ଦ ଗିରି, ଆଦ୍ୟା ତିୱାରୀ ଓ ସଂଦୀପ ତିୱାରୀଙ୍କ କଲ ଡିଟେଲ ଯାଂଚ କରୁଛି । 

Leave A Reply

Your email address will not be published.