ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର, ସେପ୍ଟେମ୍ବର ୨୮ : ରାଜ୍ୟରେ ବର୍ଷା ଲାଗିରହିଛି । ଗୋଟିଏ ଲଘୁଚାପ ନାଯାଉଣୁ ଆଉ ଗୋଟିଏ ଆସିଯାଉଛି । ପୁଣି ଏକ ଲଘୁଚାପ ଆସୁଛି । ଏନେଇ ପାଣିପାଗ ବିଶେଷଜ୍ଞ ଓ ବିଭିନ୍ନ ମଡେଲ ଆକଳନ କରିଛି । ଆକଳନ ଅନୁସାରେ ଅକ୍ଟୋବର ୨ୟ ସପ୍ତାହରେ ଦକ୍ଷୀଣ ଚୀନ ସାଗର ପଟୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଏକ ଲଘୁଚାପ ଆସିପାରେ ।  ସେହିପରି ପାଣିପାଗ ବିଶାରଦ ଡାକ୍ତର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପାଗ ଅନୁକୂଳ ଅଛି । ବର୍ତ୍ତମାନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ରହିଥିବା ଲଘୁଚାପ ବଳୟ ଆସନ୍ତା ୨୯ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ରୂପ ନେଇପାରେ । ଉତ୍ତର ବିହାକ ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗ ଉପରେ ଅକ୍ଟୋବର ୪ରେ ଏହା ଅବ ପାତରେ ପରିଣତ ହୋଇପାରେ । 

gpkandhamal

ଫଳରେ ଓଡିଶା ଉପକୂଳରେ ଅକ୍ଟୋବର ୩ ପର୍ଯ୍ୟନ୍ତ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଅକ୍ଟୋବର ୧ରୁ ୫ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଅକ୍ଟୋବର ୩ରେ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଆସନ୍‌ଚତା ୫ ତାରିଖରେ ଏହା ଫିଲିପାଇନ୍ସ ଓ ୬ ତାରିଖରେ ଦକ୍ଷିଣ ଚୀନ ସାଗର ଦେଇ ୭ରେ ମିଆଁମାର ଉପକୂଳରେ ପହଞ୍ଚିବ । ୮ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଆସିବ । ୯ରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । 

Umasankar Adv

ସେପଟେ ଆସନ୍ତା ୫ ଦିନ ଯାଏ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୨୯ ରୁ ବର୍ଷା ବଢିବ । ଦକ୍ଷିଣ ଓଡିଶାରେ ସ୍ୱଳ୍ପ ବର୍ଷା ହେବା ସହ ୧ କିମ୍ବା ୨ ତାରିଖରୁ ବର୍ଷାର ପରିମାଣ ବଢିବ । ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବ ।

Leave A Reply

Your email address will not be published.