କରୋନା ଟିକାର ବୁଷ୍ଟର ଡୋଜ ନେଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ୍‌, ସେପ୍ଟେମ୍ବର ୨୮ : ଏକଦା କରୋନା ଭାଇରସ୍‌ର ପ୍ରମୁଖ୍ୟ କେନ୍ଦ୍ର ପାଲଟିଥିବା ଆମେରିକା ଏବେ ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଛି । ଏହାର ଧ୍ୟାନ ବୁଷ୍ଟର ଡୋଜ ଉପରେ ଅଧିକ କେନ୍ଦ୍ରୀତ ରହୁଛି । କୁହାଯାଉଛି ଯେ, ଏହାରି ମାଧ୍ୟମରେ କରୋନା ବିପକ୍ଷରେ ବିଜୟ ହାସଲ କରାଯାଇ ପାରିବ । ଏହି କ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କରୋନା ଟିକାର ବୁଷ୍ଟର ଡୋଜ ନେଇଛନ୍ତି । ସେ ଫାଇଜର ଟିକାର ବୁଷ୍ଟର ଡୋଜ ନେଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । 

gpkandhamal

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକାରେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଫାଇଜର ଟିକାର ବୁଷ୍ଟର ଡୋଜ ଦିଆଯାଇପାରିବ । କିଛି ସମୟ ପୂର୍ବରୁ ଫେଡରାଲ ରେଗୁଲେଟର ଏହାର ପ୍ରସ୍ତାବ ରଖିଥିଲେ । ଏହି କାରଣରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫାଇଜରର ବୁଷ୍ଟର ଡୋଜ ଦିଆଯାଇଛି । ତାଙ୍କର ବୟସ ୭୮ । ବୁଷ୍ଟର ଡୋଜ ଲଗାଇବା ପୂର୍ବରୁ ବାଇଡେନ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ, ସବୁଠାରୁ ଅଧିକ ଜରୁରୀ । ଅଧିକରୁ ଅଧିକ ଲୋକ ଟିକା ନିଅନ୍ତୁ । ସେ କହିଛନ୍ତି ଯେ, ପ୍ରଥମ ଓ ଦ୍ୱିତୀୟ ଡୋଜ ନେବା ପରେ ମଧ୍ୟ ସେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଅନୁଭବ କରୁ ନାହାନ୍ତି ।   

Umasankar Adv
Leave A Reply

Your email address will not be published.